ବାଲିଆପଟାରେ ଗୋଷ୍ଟି ସଂଘର୍ଷ : ୧୧ ଜଣ ଆହତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ଅନ୍ତର୍ଗତ ବାଲିଆପଟା ଗ୍ରାମରେ ଦୁଇ ଗୋଷ୍ଟି ମଧ୍ୟରେ ଗୋଷ୍ଟି ସଂଘର୍ଷ ଘଟି ୯ଜଣ ଆହତ ହୋଇଥିବା ବେଳେ ସଂଘର୍ଷରେ ମଧ୍ୟସ୍ଥତା କରିବାକୁ ଯାଇ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ବାଲିଆପଟା ଗ୍ରାମରେ ଦୁଇ ସାହି ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ଫଳରେ ଗତକାଲି କିଛି ଯୁବକ ଅନ୍ୟ ସାହିକୁ ଯାଇ ପାଟିତୁଣ୍ଡ ଓ ଗାଳି କରିବା ପରେ ଉଭୟ ଗୋଷ୍ଟି ମଧ୍ୟରେ ତିକ୍ତତା ଉଗ୍ରରୂପ ନେବା ସହ ହାତାହାତୀ ହୋଇ ଯାଇଥିଲେ । ଫଳରେ ଏହି ମାରପିଟରେ ୧୧ଜଣ ଆହତ ହୋଇଥିଲେ । ଗୁରୁତର ଦୁଇ ଜଣ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୯ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ପୋଲିସ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ – ନିଲୁ ବିଷୋୟୀ