ବାତ୍ୟା “ୟସ” ପାଇଁ ଢେଙ୍କାନାଳ ଅଗ୍ନିଶ୍ରମ ସେବା ଦ୍ୱାରା ପୂର୍ବ ପ୍ରସ୍ତୁତି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ୟାକ୍ଲୋନୀକ ଷ୍ଟର୍ମ “ୟସ” ଆସନ୍ତା ୨୬ ତାରିଖ ଦିନ ଲ୍ୟାଣ୍ଡ ଫଲ ହେବାକୁ ଥିବା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିଭଳି ଭାବେ ଢେଙ୍କାନାଲ ଜିଲ୍ଳାର ଅଗ୍ନିଶ୍ରମ ସେବା ବାହିନୀ ତରଫରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଢେଙ୍କାନାଲରେ ୧୧ଟି ଟିମ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ଟିମରେ ୩ ଜଣ ଲେଖାଏଁ ଅଗ୍ନିଶ୍ରମ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ସହ ଗୋଟିଏ ଲେଖାଏଁ ଗାଡ଼ି, ବିଭିନ୍ନ ପ୍ରକାରର ଗଛ କଟା କଟର ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଆଲଟ କରାଯାଇଛି ବୋଲି ଆସିଷ୍ଟାଣ୍ଟ ଫାୟାର ଅଫିସର ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି । ସେହିପାରି ଭାବେ ଏକ ସ୍ପେସିଆଲ ୭ ଜଣିଆ ଟିମ ଢେଙ୍କାନାଳରୁ ଯାଜପୁର ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ କି ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଆଲଟ ରହିବେ ବୋଲି ସୁମନ୍ତ କୁମାର ଖମରି, ଷ୍ଟେସନ ଅଫିସର ହିନ୍ଦୋଳ ରୋଡ଼ ସୂଚନା ଦେଇଛନ୍ତି ।