ବାଣିଶ୍ରୀ ବିଦ୍ୟା ମନ୍ଦିରରେ ଦୁଇଦିନିଆ ବିଜ୍ଞାନ ମେଳା ଅନୁଷ୍ଠିତ…

ଛତ୍ରପୁର/ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଙ୍ଗେଇଲୁଣ୍ଡା ବ୍ଳକ ଗୋଳନ୍ଥରା ସ୍ଥିତ ବାଣିଶ୍ରୀ ବିଦ୍ୟା ମନ୍ଦିରରେ ଦୁଇଦିନିଆ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାମନ୍ଦିରର ସଭାପତି ଜୁଧିଷ୍ଠିର ଭଞ୍ଜ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବ୍ଳକ ସହକାରୀ ଶିକ୍ଷାଧିକାରୀ ଜୟସେନ ପ୍ରଧାନ, ଜଗନ୍ନାଥ ଭୁଇଁଆ, ଚନ୍ଦ୍ରକାନ୍ତି ନାୟକ ପ୍ରମୁଖ ଯୋଗଦେଇ ଜ୍ଞାନ ବିଜ୍ଞାନ ମେଳାର ମହତ୍ତ୍ୱ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ସମ୍ମାନୀତ ଅତିଥି ଭାବେ ବିଦ୍ୟାମନ୍ଦିରର ସମ୍ପାଦକ ବିଘ୍ନରାଜ ଜେନା,ସହ ସମ୍ପାଦକ ସୁଦର୍ଶନ ରାଉଳ, ସଭ୍ୟ ଗୋପାଳକୃଷ୍ଣ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଗୋକୁଳାନନ୍ଦ ସାହୁ, ପି. ରାମହରି ବେହେରା, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗ ଦେଇ ବିଚାର କରିଥିଲେ I କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ଏବଂ ପଦକ ଦେଇ ପୁରସ୍କୃତ କରାଯାଇଥିଲା । ବିଜ୍ଞାନ ମେଳାରେ ପୁର୍ଣ୍ଣ ସହଯୋଗ କରିଥିବା କେଶବ ଗୁରୁଜୀ ଏବଂ ମାଧବ ଗୁରୁଜୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା, ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ପରିଚାଳନା କରିଥିବା ବେଳେ ବିଦ୍ୟୁତ ପ୍ରଭା ମହାରଣା ଅତିଥି ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I