ବାଣିଦା ସ୍କୁଲରେ ରକ୍ତଦାନ ଶିବିର : ୩୨ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ବାଣିଦା ଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଦାତା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପୂଜାକମିଟି ସଭାପତି ବରେନ୍ଦ୍ର କୁମାର ମହାନ୍ତି, ରକ୍ତକେନ୍ଦ୍ରର ବାଲେଶ୍ୱର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସାଗଠନିକ ସଂପାଦକ ମନୋରଂଜନ ଦାସ, ଆଶିଷ ମହାପାତ୍ର, ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମୋଟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା