ବାଘାଯତିନ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ କମଳ ବଣ୍ଟନ…

ଜଳେଶ୍ଵର/ରେମୁଣା (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଗଣେଶ୍ୱରପୁର ଗ୍ରାମରେ ବାଘାଯତୀନ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ଅସହାୟ ଓ ଗରିବ ଲୋକ ମାନଙ୍କୁ ମାସ୍କ, କମଳ ଓ ବସ୍ତ୍ର ବଣ୍ଟନ କରାଯାଇଛି । ପ୍ରାୟ ୧୫୦ ରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯିବା ସହିତ ଦୁଇ ଜଣ ଅକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ କମଳ ବଣ୍ଟନ ସହିତ ବସ୍ତ୍ର ଦାନ କରାଯାଇଥିଲା ।ଗଣେଶ୍ୱରପୁର ଗ୍ରାମର ସରପଞ୍ଚ ସୀତାଞ୍ଜଳି ଗିରିଙ୍କ ସହିତ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ବାଘାଯତୀନ ସଙ୍ଗଠନକୁ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ବାଘାଯତୀନ ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟଟିକୁ ଆଗକୁ ନେଇଥିଲେ । ସରପଞ୍ଚ ସୀତାଞ୍ଜଳି ଗିରି ବାଘାଯତୀନ ସଙ୍ଗଠନକୁ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମବାସୀମାନେ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଧନ୍ୟବାଦ ଦେଇ ମଙ୍ଗଳ କାମନା ମଧ୍ୟ କରିଥିଲେ ।