ବାଇକରେ ଆସି ଝାମ୍ପି ନେଲେ ୨ଲକ୍ଷ : ଲୁଟେରା ଆକ୍ରମଣରେ ବାଇକ ଆରୋହୀ ଗୁରୁତର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରୋଲଣ୍ଡ କଲେଜ ସମ୍ମୁଖରୁ ଲୁଟ୍‌ ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରୋଲଣ୍ଡ କଲେଜ ସମ୍ମୁଖରେ ଜଣେ ବାଇକ୍‌ ଆରୋହୀ କୌଣସି କାମରେ ଆନ୍ଧ୍ରକୁ ଯାଉଥିଲା । ଠିକ୍‌ ଏହି ସମୟରେ ପଛରୁ ୨ଜଣ ଲୁଟେରା ବାଇକ ଆସି ଆରୋହୀଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ୨ଲକ୍ଷ ଟଙ୍କା । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବାଇକ ଆରୋହୀନ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା