ବଳରାମପୁର ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ବିଜୁ ଜନତା ଦଳ ଛତ୍ରପୁର ଓ ମୋ ପରିବାର ଆନୁକୂଲ୍ୟରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ବଳରାମପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକର ଯୁବନେତା ଅନ୍ତର୍ଯ୍ୟାମୀ ବେହେରା ଓ ସ୍ଥାନୀୟ ନେତୃତ୍ୱ ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରିଛନ୍ତି l ବର୍ତ୍ତମାନ ମହାମାରୀ କରୋନାର ଭୟାବହ ପରିସ୍ଥିତିରେ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନ ବାର୍ତ୍ତl – ସାମାଜିକ ଦୂରତ୍ବ ରକ୍ଷା କରିବା, ମାସ୍କ ପିନ୍ଧିବା, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ଅତି ଜରୁରୀ ନଥିଲେ ଘରୁ ବାହାରକୁ ଯିବା ନାହିଁ, ଟୀକା ନ ଆସିବା ପର୍ଯ୍ୟନ୍ତ ମାସ୍କ ହିଁ ଆମର ସୁରକ୍ଷା କବଚ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଅନୁରୋଧ ପ୍ଲାଜମା ଦାନ କରି ଅନ୍ୟ ରୋଗୀର ଜୀବନ ବଞ୍ଚାନ୍ତୁ, କରୋନା ସମୟରେ ଯେଉଁ ଲୋକମାନଙ୍କୁ ଭଗବାନ ଭଲରେ ରଖିଛନ୍ତି ଓ ରୋଜଗାର କରିବାର ଅଧିକ କ୍ଷମତା ଦେଇଛନ୍ତି, ସେହି ଲୋକମାନଙ୍କୁ ଅନୁରୋଧ ଦୁଃଖି, ଗରିବ, ଖଟିଖିଆ ଦିନ ମଜୁରିଆ ଓ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟର ହାତ ବଢ଼ାନ୍ତୁ- ଏହି ବାର୍ତ୍ତାକୁ ଘରେ ଘରେ ବୁଲି ଜନସାଧାରଣ ମାନଙ୍କୁ ସଚେତନ କରାଯାଇଅଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା