ବର୍ଷାରେ ଧୋଇଯାଇଥିବା ରାସ୍ତା ହେଉନି ମରାମତି : ଦୁର୍ଘଟଣା ଅବସମ୍ଭାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରୁ ରାଇବଣିଆ ଭାୟା ଗୁରୁଦାସପୁରର ପଂଚୁଘଣ୍ଟାଠାରେ ଏକ ପୋଖରୀ ନିକଟରେ ଏକ ରାସ୍ତା ଧୋଇ ଯାଇଥିବାରୁ ଯେ କୌଣସି ମୁହୁର୍ତ୍ତରେ ଦୁର୍ଘଟଣା ଘଟିବା ସମ୍ବାବନା ଦେଖା ଦେଇଛି । ଘଟଣାରୁ ପ୍ରକାଶ ଗତ ଅଗଣ୍ଟ ଓ ସେପ୍ଟେମ୍ବର ମାନରେ ହୋଇଥିବା ମୂଷଳ ଧାରେ ବର୍ଷା ଯୋଗୁଁ ମ୍ୟୁନିସିପାଲଟିର ପଂଚୁଘଣ୍ଟା ଗ୍ରାମର ମନ୍ଦିର ନିକଟରେ ରାସ୍ତାର ଏକ ବଡ ଅଂଶ ବର୍ଷାରେ ଧୋଇ ଯାଇଛି । ରାସ୍ତାକଡରେ ଏକ ବଡ ଗଛ ପୋଖରୀକୁ ଓଲଟି ପଡିବାରୁ ରାସ୍ତାଟି ଧୋଇଯାଇଥିବା ପ୍ରକାଶ । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ବାଇକ୍‌, କାର୍‌, ଟ୍ରାକ୍ଟର, ସାଇକେଲ ଯାତାୟାତ କରିଥାଏ । ଏହି ରାସ୍ତାଟି ସଂକିର୍ଣ୍ଣ ଓ ମୋଡ ହୋଇଥିବାର ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ଅତିଶୀଘ୍ର ମରାମତି କରିବାକୁ ଦାବି ହୋଇଛି । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଜନ ଅସଦନ୍ତୋଷ ବୃଦ୍ଧି ପାଉଛି ।