ବର୍ଷାରେ ଧୋଇଗଲା ଡିଷ୍ଟ୍ରିକ୍ଟବୋର୍ଡ ପୋଖରୀର ନବନିର୍ମିତ ରାସ୍ତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ବଡବଜାରସ୍ଥିତ ଡିଷ୍ଟ୍ରିକ୍ଟବୋଡ ପୋଖରୀର ପଶ୍ଚିମପଟେ ଏକ ରାସ୍ତା ନିର୍ମାଣ ହେଉଥିଲା । ନିକଟରେ ଡିଷ୍ଟ୍ରିଟବୋଡ ପୋଖରୀ ଥିବାରୁ ଏକ ବଡ ଗାର୍ଡୱାଲ ନିର୍ମାଣକାର୍ଯ୍ୟ ସରିଛି । କିନ୍ତୁ ରାସ୍ତା ନିର୍ମାଣ ହେଉଥିବା ବେଳେ ଗତ ବର୍ଷାରେ ରାସ୍ତାର ବହୁ ଅଂଶ ଧୋଇ ଯାଇଛି । ରାସ୍ତାଟି କଂକ୍ରିଟ ନିର୍ମାଣ ହେଉଥିଲେ ମଧ୍ୟ ଧୋଇଯାଇଥିବା ଯୋଗୁଁ ଏହାର ନିର୍ମାଣରେ ତୃଟି ରହିଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଏପରି ରାସ୍ତାକାମ ବର୍ଷାଦିନରେ ନିର୍ମାଣ ସଂପର୍କରେ ବହୁକଥା ଶୁଣିବାକୁ ମିଳୁଛି ।