ବର୍ଦ୍ଧିତ ଘର ଟିକସ ଓ ୟୁଜର୍ସ ଫି ଛାଡ଼ ପାଇଁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା କାଳରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲାଗୁ କରାଯାଇଥିବା ବର୍ଦ୍ଧିତ ଘର ଟିକସ ଓ ୟୁଜର୍ସ ଫି ସମ୍ପୂର୍ଣ ଛାଡ଼ କରିବା ଦାବି ନେଇ ଆଜି ମିଳିତ ସଂଗ୍ରାମ ସମିତି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓଙ୍କୁ ଅବଗତ କରାଇ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛ l ସୂଚନା ଅନୁଯାୟୀ କରୋନା ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଘର ଭଡା ଛାଡ଼ କରିବାକୁ ଘର ମାଲିକ ମାନଙ୍କୁ ଅନୁରୋଧ କରାଯାଇଥିଲା କିନ୍ତୁ ନିଜେ ରାଜ୍ୟ ସରକାର କେଉଁପରି ଭାବେ ବର୍ଦ୍ଧିତ ଘର ଟିକସ ସାଙ୍ଗକୁ ନୂତନ ଭାବେ ୟୁଜର୍ସ ଫି ଲାଗୁକରି ବ୍ରହ୍ମପୁରବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ଲଦିଛନ୍ତି ବୋଲି ଆଜି ମିଳିତ ସଂଗ୍ରାମ ସମିତିର ଆବାହକ ଗଗନ ଚନ୍ଦ୍ର ମଲ୍ଲିକ ମତବ୍ୟକ୍ତ କରିଛନ୍ତି l ଗତ ଦୁଇବର୍ଷରୁ ମହାନଗର ନିଗମ କାଉନସିଲର କାର୍ଯ୍ୟକାଳ ସମାପ୍ତ ହୋଇ ସାରି ଥିବାବେଳେ ବର୍ତ୍ତମାନ ନିଗମ ଲୋକ ପ୍ରତିନିଧି ଶୂନ୍ୟ ହୋଇପଡିଛି l ଏହି ପରିସ୍ଥିତିର ସୁଯୋଗ ନେଇ ଜିଲ୍ଲାପାଳ ଓ ନିଗମ କମିଶନର ଏକ ପାଖିଆ ଭାବେ ସମସ୍ତ ନୀତି ନିୟମ ଉଲ୍ଲଙ୍ଘନ କରି ଘର ଟିକସ ବୃଦ୍ଧି କରିଛନ୍ତି l ଓଡିଶା ମହାନଗର ନିଗମ (ସଂଶୋଧନ) ଅଧିନିୟମ ୨୦୧୬ ଧାରା ୬୦ ଓ ୬୨ ଏବଂ ଓଡିଶା ମହାନଗର ନିଗମ ଆଇନ ୨୦୦୩ର ଧାରାକୁ ମଧ୍ୟ ବିରୁଦ୍ଧlଚରଣ କରୁଛି l ଜନ ଅସନ୍ତୋଷକୁ ବୁଝି ନିଗମ କର୍ତ୍ତୃପକ୍ଷ ତୁରନ୍ତ ବର୍ଦ୍ଧିତ ଟିକସ ସଂଗ୍ରହକୁ ବନ୍ଦ ଓ ୟୁଜର୍ସ ଫି ଛାଡ଼ କରିବାକୁ ଆଜି ସଂଗ୍ରାମ ସମିତିର ସମସ୍ତ ସଦସ୍ୟ ଦାବି କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସହଆବାହକ ବି. ସ୍ୱରାଜ୍ୟ ସୁବୁଦ୍ଧି, ଗଞ୍ଜାମ ବାର ଏସୋସିଏସନର ସମ୍ପାଦକ ରାମକୃଷ୍ଣ ମହାରଣା, ସମାଜସେବୀ ଏ. ସୁରେଶ, ବିନୋଦ କୁମାର ଜେନା, ବଂଶୀଧର ଭୂୟାଁ, ପି. ନାଗେଶ୍ୱର ରାଓ, ଏସ. ସମ୍ବlଶିବl ରାଓ, ଏସ. କେଶବ ଲିଙ୍ଗମ, ରାଜେନ୍ଦ୍ର କୁମାର ପଣ୍ଡା, ମାନସ ରଞ୍ଜନ ପାତ୍ର, ମନୋଜ କୁମାର ତରାଇ, ମୀନ କେତନ ପଣ୍ଡା, କେ. ଶ୍ରୀନିବାସ ରାଓ, ରମେଶ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରି ବେନିୟମ ଭାବେ ଲୋକଙ୍କୁ ଭୟଭୀତ କରି ନିଗମ କମିଶନରଙ୍କ ବର୍ଦ୍ଧିତ ଘର ଟିକସ ଓ ୟୁଜର୍ସ ଫି ସଂଗ୍ରହକୁ ଦୃଢ଼ ବିରୋଧ କରିଛନ୍ତି l