ବରିଷ୍ଠ ସମାଜସେବୀଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ…

ଜଳେଶ୍ଵର/ନୀଳଗିରି (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଶ୍ୟାମସୁନ୍ଦରପୁର ସୋସିଆଲ ସଂଗଠନ ତରଫରୁ ଉତ୍କଳ ମଣି ନିସ୍ଵାର୍ଥ ସେବା ସଂଗଠନର ପ୍ରତିଷ୍ଠାତା ଇଂ ଅମୁଲ୍ୟ କୁମାର ଜେନାଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରା ଯାଇଛି, ଫଳରେ ବିଶ୍ୱ ବ୍ୟାପି ଦ୍ରୁତ ଗତିରେ ବିସ୍ତାରିତ କରୁଥିବା  କରୋନା ମହାମାରୀରେ ଶ୍ରୀ ଜେନା ନିଜ ଜୀବନକୁ ପଛରେ ପକାଇ,ଗ୍ରହଣ କରିଥିବା ଆସୁ ପଦେକ୍ଷପ ବେଶ ପ୍ରଂଶଶୀୟ ହୋଇଛି, ତାହା ସହିତ ସଂଗଠନର ପ୍ରତେକ ସଦସ୍ୟ ଶ୍ରୀ ଜେନା ମହାରାଷ୍ଟ୍ରରେ ରହି ମଧ୍ୟ୍ୟ ତାଙ୍କ ନିର୍ଦେଶ କ୍ରମେ ମହାମାରୀ ସମୟରେ ଜନ ହିତ କାର୍ଯ୍ୟରେ ଜଡିତ ରହି, ସେମାନଂକୁ ସାହାଯ୍ୟ ସହଯୋଗ କରି ଆସୁଥିଲେ ତେଣୁ ଉକ୍ତ କାମରେ ପ୍ରତି ଫଳିତ ହୋଇ ଶ୍ୟାମସୁନ୍ଦରପୁର ସୋସିଆଲ ସଂଗଠନ ସଭାପତି ବିମଳ କୁମାର ଦଳେଇଙ୍କ ନେତୃତ୍ୱରେ ସଂଗଠନର ପ୍ରତେକ ସଦସ୍ୟ ଉପସ୍ଥିତରେ ଶ୍ରୀ ଜେନାଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରା ଯାଇଥିଲା ଏବଂ ଉକ୍ତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ବିଜେଡି ଯୁବ ନେତା ସବ୍ୟସାଚି ମହାପାତ୍ର, ମୁଖ୍ୟବକ୍ତା ବାବା ଶ୍ରୀ କମଲ ମହାପ୍ରଭୁଜୀ, ସମ୍ମାନୀୟ ଅତିଥି ମୃତ୍ୟୁଞ୍ଜୟ ନାୟକ ସହ ସଭା ପରିଚାଳକ ବାଦଲ ପଣ୍ଡା, ଓ କୃପାସିନ୍ଧୁ ବାରିକ, ବଳରାମ ମହାରଣା, ଅନୀଲ ବାରିକ, ଦୀପ୍ତିକାନ୍ତ ପରିଡା, ସାମ୍ବାଦିକ ଗଣେଶ ଜେନା, ଟିକରଞ୍ଜନ ସେଠି ସହ ଯୋଗେନ୍ଦ୍ର ମାଝୀ,  ନିତ୍ୟାନନ୍ଦ ସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |