ବରିଷ୍ଠ ନାଗାରିକ ସୁରକ୍ଷା ମଞ୍ଚର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ବରିଷ୍ଠ ନାଗରିକଙ୍କୁ ଅଲୋଡା ଏବେ ସାମାଜିକ ବ୍ୟାଧିରେ ପରିଣତ ହୋଇଗଲାଣି । ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ନିଜ ପରିବାରରେ ଏକ କୋଣଠେସା ହେଉଥିବା ସଂପର୍କରେ ଆଜି ରବିବାର ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିର ଭଂଜଶ୍ରୀ ଭବନରେ ଅନୁଷ୍ଠିତ ସଭାରେ ମତ ପ୍ରକାଶ ପାଇଛି । ଜଳେଶ୍ୱର ବ୍ଲକରେ ଥିବା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବାର୍ଷିକ ଉତ୍ସବରେ ଡ. ଶ୍ରୀକାନ୍ତ ପାତ୍ର ସଭାପତିତ୍ୱ କରି ସାମାଜିକ ଓ ସରକାରୀ ସ୍ତରରେ ବରିଷ୍ଠ ନାଗରିକ ଅବହେଳିତ ଓ ଅବାଞ୍ଛିତ ହେଉଥିବା ସଂପର୍କରେ କହିଥିଲେ । ଅତିଥିଭାବେ ଡ. ଲଳିତ ରଂଜନ ସେନାପତି, ଡ. ରାମାକାନ୍ତ ଭଂଜ, ଡ. ଈଶ୍ୱର ଚନ୍ଦ୍ର ଜେନା, ଭାସ୍କାର ମିଶ୍ର ଓ ଅପର୍ଣ୍ଣା ଚୌଧୁରୀ ଯୋଗ ଦେଇ ବରିଷ୍ଠ ନାଗରିକମାନେ ସମାଜର ଦର୍ପଣ, ତେଣୁ ସେମାନଙ୍କ ଅନୁଭୁତି ଓ ଅଭିଜ୍ଞତାକୁ ପରିବର୍ତ୍ତୀ ପିଢି ପାଥେୟ କରିବା ଉଚିତ ବୋଲି କହିଥିଲେ । ବରିଷ୍ଠ ନେତା ଅରୁଣ ବେଜ ମଞ୍ଚ ଆହ୍ୱାନ କରିଥିବା ବେଳେ ସୀତାଂଶୁ ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ସଭ୍ୟ ଦିଲ୍ଲିପ ଗିରି ମଞ୍ଚର ଭବିଷ୍ୟତ କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦେଇଥିବା ବେଳେ ସୁବ୍ରତ ବେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କପିଳେଶ୍ୱର ମହାନ୍ତି, ରାଜାରାମ କରଶର୍ମା, ଜିତାଂଶୁ ନନ୍ଦୀ, ଅବଦୁଲ ସମତ୍ ଖାଁ, ଇଂ. ରାମଚନ୍ଦ୍ର ସାହୁ, ସିଦ୍ଧେ୍ୱଶ୍ୱର ପଣ୍ଡା, ଶରତ ଚନ୍ଦ୍ର ପରିଡା, ସୁନୀଲ ନାୟକ, ଶ୍ୟାମାଚରଣ ଦାସ, ଅବନୀ କୁମାର ଚାନ୍ଦ, ଗଣେଶ ଚନ୍ଦ୍ର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ଏକ ଜରାନିବାସ ନିର୍ମାଣର ଆବଶ୍ୟକତା ଦୃଷ୍ଟିରୁ ଡ. ଲଳିତ ରଂଜନ ସେନାପତି ୧ଲକ୍ଷ ଟଙ୍କା ଦେବାଲାଗି ପ୍ରତିଶୃତି ଦେଇଥିବା ବେଳେ ଡ. ରମାକାନ୍ତ ଭଂଜ ବରିଷ୍ଠ ନାଗରିକ ମଂଚର କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଆବଶ୍ୟକ ସ୍ଥାନ ଯୋଗାଇ ଦେବେବୋଲି ପ୍ରତିଶୃତ ଦେଇଥିଲେ । ଆସନ୍ତା ୩ବର୍ଷ ଲାଗି ନୂତନ କର୍ମକତ୍ତା ମନୋନୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଡ. ରମାକାନ୍ତ ଭଂଜ, କାର୍ଯ୍ୟକାରୀ ସଭାପତି ଭାସ୍କରଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ଡ. ଲଳିତ ରଂଜନ ସେନାପତି, ସହ ସଂପାଦକ ଶ୍ରୀମନ୍ତ କୁମାର ଘୋଷ, ଯୁଗ୍ମ ସଂପାଦକ ଅପର୍ଣ୍ଣା ଚୌଧୁରୀ, କୋଷାଧ୍ୟକ୍ଷ ଶିଦ୍ଧେଶ୍ୱର ତ୍ରିପାଠୀ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଅରୁଣ କୁମାର ବେଜ, ସିତାଂଶୁ ସେନାପତି, ଦିଲ୍ଲିପ ଗିରି, ଜିତାଂଶୁ ନନ୍ଦି, ସୁବ୍ରତ ବେରା, ଅବଦୁଲ ସମ୍ମତ ଖାଁ, କପିଳେଶ୍ୱର ମହାନ୍ତି ରହିଛନ୍ତି । ଉପଦେଷ୍ଟାଭାବେ ଡ. ଶ୍ରୀକାନ୍ତ ଚରଣ ପାତ୍ର, ଡ. ଈଶ୍ୱର ଚନ୍ଦ୍ର ଜେନା, ଶ୍ୟାମାଚରଣ ଦାସ, ରାଜାରାମ କରଶର୍ମା ଓ ରମେଶ ଚନ୍ଦ୍ର ନାୟକଙ୍କୁ ମନୋନୀତ କରାଯାଇଛି ।

ରିପୋର୍ଟ : ଭୂପତି ପରିଡା