ବରିଷ୍ଠ କଂଗ୍ରେସ ଆଦିବାସୀ ନେତା ଗୁଞ୍ଜୁ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ଅନ୍ତଗତ ଭୁବୁନି ଗ୍ରାମରେ ଜନ୍ମିତ ଗୁଞ୍ଜୁ ଗମାଙ୍ଗଙ୍କ ବିୟୋଗ ଗତ ଦୁଇବର୍ଷ ତଳେ ହୋଇଥିଲା । ଆଜି ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଗୁଞ୍ଜୁ ଗମାଙ୍ଗ ଜଣେ କଂଗ୍ରେସର ଆଦିବାସୀ ନେତା ହିସାବରେ ସାରା ଓଡ଼ିଶାରେ ପରିଚିତ । ସେ ବହୁବାର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ହିସାବରେ ନିର୍ବାଚିତ ହୋଇ ଆସୁଥିଲେ । ତାଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କ ବାସଭବନ ନିକଟରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହି ଉନ୍ମୋଚ୍ଚନ ଉତ୍ସବର ମୁଖ୍ୟ ଅତିଥି ଭାବେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ମହନା ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ଥିଲେ । ପାରଳାଖେମୁଣ୍ଡି ଠାରୁ ଏକ ଶୋଭା ଯାତ୍ରା ପୂର୍ବତନ ପୌରପରିସଦ ଉପାଧ୍ୟକ୍ଷ ସଂଜୟ ଅଧିକାରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବାହାରି ଭୂବୁନି ଠାରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ବେନିକ ଗମାଙ୍ଗ, ନଗର ସଭାପତି ବସନ୍ତ ପଣ୍ଡା, ପୂର୍ବତନ ଉପାଧ୍ୟକ୍ଷ ଅଭିମନ୍ୟୁ ପଣ୍ଡା, ସେବା ଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, ଜିଲ୍ଲା ଯୁବ ସଭାପତି ସୁର୍ଯ୍ୟ ନାରାୟଣ ପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ବେନିକ ଗମାଙ୍ଗଙ୍କୁ ଗୁମା ବ୍ଲକ ସଭାପତି ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।