ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ୬୪ତମ ଜନ୍ମଦିନ ପାଳିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବୌଦ୍ଧିକ ସମାବେଶ ଓ ମୁକ୍ତାକାଶ ପାଠାଗାର ପରିସରରେ ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ୬୪ତମ ଜନ୍ମଦିନ ପାଳନ ହୋଇଯାଇଛି । ବୌଦ୍ଧିକ ସମାବେଶର ସଭ୍ୟମାନଙ୍କ ଦ୍ୱାରା ରାଜା ଛକ ପରିସରରେ ବନ୍ଦନା ଗାନ କରାଯାଇ ତାଙ୍କର ଦୀର୍ଘାୟୁ କାମନା କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ପରିପେକ୍ଷିରେ ଶ୍ରୀ ଶତପଥୀ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରି କହିଥିଲେ ରାଜଧାନୀ ସମାବେଶର ସମସ୍ତ ସଦସ୍ୟମାନଙ୍କ ଜନ୍ମଦିନ ପାଳନ କରାଯିବ ତା ସହିତ ସେହିଠାରେ କୋୖଣସି ଜଣେ ମହାପୁରୁଷଙ୍କ ଓଡ଼ିଆ ଜାତିପତି ଥିବା ଅବଦାନକୁ ସ୍ମୃତି ଚାରଣ କରାଯିବ । ବୌଦ୍ଧିକ ସମାବେଶ ପକ୍ଷରୁ ବସ୍ତିରେ ବାସ କରୁଥିବା ଗରିବ ଲୋକଙ୍କ ପିଲାମାନଙ୍କୁ ରାତ୍ରିରେ ପାଠପଢା ଯିବାର ବନ୍ଦୋବସ୍ତ କରାଯାଉଅଛି । ରାତ୍ରିରେ ଖୋଲା ଆକାଶ ତଳେ ଶୀତରେ ଶୋଉଥିବା ଏବଂ ଗରିବ ବସ୍ତିର ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯିବ । ଏହାସହ ସେ ସମସ୍ତ ସଦସ୍ୟଙ୍କୁ ମିଳିମିଶି ସମାବେଶକୁ ଆଗକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି କମଳ ଲୋଚନ ବିଶ୍ୱାଳ, ଉପସଭାପତି ସୌଭାଗ୍ୟ ରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ଲିଙ୍ଗରାଜ କାଟା, ସମ୍ପାଦକ ରାହୁଲ କୁମାର, ସଂଯୋଜକ ବିମଳ ପ୍ରଧାନ, କୋଷଧକ୍ଷ ଶରତ ରାଉତଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।