ବମକୋଇ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପୂର୍ବତନ ଛାତ୍ରଙ୍କ ପ୍ରସ୍ତୁତି ବୈଠକ…

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ୧୯୬୪ ମସିହାରେ ସ୍ଥାପିତ ହୋଇଥିବା ଶିବାନନ୍ଦ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ସକାଶେ ବିଦ୍ୟାଳୟର ପ୍ରଥମ ବ୍ୟାଚ ଶିକ୍ଷାର୍ଥୀମାନଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ସମସ୍ତ ବ୍ୟାଚର ପ୍ରତିନିଧିତ୍ୱ ସହ ଅନେକ ଶିକ୍ଷାର୍ଥୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆନୁମାନିକ ଅପ୍ରେଲ ୨୦୨୦ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ସହ ପ୍ରାକ ପ୍ରସ୍ତୁତି ନେଇ ଅନ୍ୟାନ୍ୟ ଆୟୋଜନର ବିଭିନ୍ନ ବିଭାଗର ଦାୟୀତ୍ୱ ସକାଶେ ଅସ୍ଥାୟୀ ଭାବରେ ଉପ କମିଟି ଚୟନ କରାଯାଇଥିଲା। ସମସ୍ତ କମିଟିର ନେତୃତ୍ୱ ପୂର୍ବତନ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଥମ ବ୍ୟାଚ ଛାତ୍ର ବାଲ୍ମୀକି ପ୍ରଧାନ ନେବା ପାଇଁ ସ୍ଥିର କରାଯାଇଛି। ବିଭିନ୍ନ କମିଟି ମଧ୍ୟରେ ସୋଭନେୟାର ପ୍ରସ୍ତୁତି , ଆର୍ଥିକ, ପରିଚାଳନା, ଅତିଥି ଅଭ୍ୟର୍ଥନା କମିଟି ତିଆରି କରାଯାଇଛି। ଏଥିରେ ବହୁ ବଡ ବଡ ପଦାଧିକାରୀ ବରିଷ୍ଠ ଛାତ୍ର ଅଂଶଗ୍ରହଣ କରି ମତାମତ ରଖିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା