ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଖେଳ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗଞ୍ଜାମ, ଛତ୍ରପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ତୃତୀୟ ଉର୍ଜ୍ଜା ଉତ୍ସବ ଉପଲକ୍ଷେ ଛତ୍ରପୁର ଖେଳପଡିଆ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏକାଦଶ ଏବଂ ଜିଲ୍ଲାର ବ୍ଲକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ୍ୟ ଉନ୍ନୟନ ଏକାଦଶ ନିର୍ଦ୍ଧାରିତ ୧୫ ଓଭେର ବିଶିଷ୍ଟ ଖେଳରେ ୧୩୨ ରନ କରିଥିବା ବେଳେ ବ୍ଲକ ଏକାଦଶ ୫୩ ରନ କରିବାରେ ସକ୍ଷମ ହୋଇଥିଲେ l ଗ୍ରାମ୍ୟ ଉନ୍ନୟନ ଏକାଦଶ ୭୯ ରନରେ ବିଜୟ ଲାଭ କରିଥିବା ବେଳେ ଏହି ଦଳର ଉତ୍ତମ ନାୟକ ବ୍ୟକ୍ତିଗତ ଭାବେ ୬୧ ରନ କରି ଏବଂ ପ୍ରତିପକ୍ଷ ଦଳର ଦୁଇଗୋଟି ଉଇକେଟ ଅକ୍ତିଆର କରି ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଥିଲେ l ସେହିପରି ଶ୍ରେଷ୍ଠ ଉଇକେଟ ରକ୍ଷକ ଭାବେ ବ୍ଲକ ଏକାଦଶର ସୁରଞ୍ଜନ କୁମାର ସାହୁ, ବିଡ଼ିଓ, ଶେରଗଡ଼ ଏବଂ ଶ୍ରେଷ୍ଠ ବୋଲର ଭାବେ ବରୁଣ କୁମାର, ସିପି, ପୁରୁଷୋତ୍ତମପୁର ମନୋନୀତ ହୋଇ ହୋଇଥିଲେ l ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେ ଖେଳର ପ୍ରାରମ୍ଭରେ ଉଦବୋଧନ ଦେଇ ଟସ୍ ପକାଇଥିଲେ l ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦାତାତ୍ରୟ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଲଷ୍ମୀ ପାଣିଗ୍ରାହୀ, ମହେଶ ତରେଇ, ବାଣୀ ପଟ୍ଟନାୟକ, ସୋମିୟ ହୋତା, ଜଗଦିଶ ସାହୁ, ରୁପେଶ ପ୍ରଧାନ, ତାରକେଶ୍ୱର ରାଓ, ଅନ୍ତର୍ଯ୍ୟାମୀ ପଣ୍ଡା, ପ୍ରଫୁଲ ବେହେରା, ପିୟୁଷ ରାଠୋର, ନବ ବିଷୋୟୀ, ଏବଂ ବିଡ଼ିଓ ଛତ୍ରପୁର, ଗଞ୍ଜାମ, ପୁରୁଷୋତ୍ତମପୁର, ପୋଲସରା, ହିଞ୍ଜିଳି, ଶେରଗଡ଼, ଆସ୍କା, ଜଗନ୍ନାଥପ୍ରସାଦ, ବୁଗୁଡ଼ା, ବେଲଗୁଣ୍ଠା, ଦିଗପହଣ୍ଡି ଏହି ଖେଳରେ ଯୋଗ ଦେଇଥିଲେ l ଖେଳକୁ ପରିଚାଳନା କରିବାରେ ପିଣ୍ଟୁ ବେହେରା, ପ୍ରିୟରଞ୍ଜନ ପାତ୍ର, ଶୁଭବ୍ରତ ମିଶ୍ର, ସୁନିତା ପାତ୍ର, ସୁଶାନ୍ତ ଦାଶ, ଅରୁଣ ମହାନ୍ତି ଓ ତପନ ସ୍ୱାଇଁ ସହଯୋଗ କରିଥିଲେ l ପ୍ରଶାନ୍ତ କୁମାର ଶତପଥୀ ସମ୍ପୂର୍ଣ୍ଣ ଖେଳର ଧରାବିବରଣୀ ଭାସ୍ୟକାର ଭାବେ ବ୍ୟକ୍ତ କରିଥିଲେ l