ବନ୍ଧନ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବନ କରିବାରେ ବନ୍ଧନ ବ୍ୟାଙ୍କ ଗୁରୁୁତ୍ୱପୂର୍ଣ୍ଣ ଭୂମୀକା ତୁଲାଇ ଆସୁଥିବା ବେଳେ ଏବେ ଓଡିଶାରେ ୧୯୨ଟି ଶାଖା ଖୋଲି କାର୍ଯ୍ୟ କରିଚାଲିଛି ବୋଲି ଉଦ୍‌ଘାଟନୀ ଉତ୍ସବରେ ମତପ୍ରକାଶ ପାଇଛି । ଜଳେଶ୍ୱର ବଡବଜାର ମୁଖ୍ୟ ଡାକଘର ସମ୍ମୁଖରେ ଖୋଲା ଯାଇଥିବା କାର୍ଯ୍ୟାଳୟ ଲାଗି ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ବିପ୍ଲବ କୁମାରର ଦତ୍ତ ଅଧ୍ୟକ୍ଷତା କରିଥିଲେ । ଜଳେଶ୍ୱର ତହସିଲଦାର ଶଂକର ପଟ୍ଟନାୟକ ମୁୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଣିକି ମୁଦ୍ରା ବିହୀନ ଦେଣନେଣ ପ୍ରତି ସରକାର ଓ ଗ୍ରହକ ମାନେ ଅଧିକ ଧ୍ୟାନ ଦେଉଛନ୍ତି । ଏବେ ଗ୍ରାମାଂଚଳର ଆର୍ଥିକ ସମସ୍ୟା ଦୂର କରିବା ଲାଗି ଗ୍ରାମାଂଚଳର ଲୋକଙ୍କୁ ବିଭିନ୍ନ ପ୍ରକଳ୍ପ ଲାଗି ଅର୍ଥ ଯୋଗାଇବା କାର୍ଯ୍ୟ ସରକାରୀ ନିର୍ଦ୍ଦେଶ ଥିବା ବେଳେ ବନ୍ଧନ ବ୍ୟାଙ୍କ ତାର ଦାୟିତ୍ୱ ତୁଲାଇ ଆସୁଛି । ସମ୍ମାନୀତ ଅତିଥି ଭାବେ ବନ୍ଧନ ବ୍ୟାଙ୍କର ଅଂଚଳିକ ମୁଖ୍ୟ ଜୟଦେବ ଦାସ ଏହି ବ୍ୟାଙ୍କ ଗ୍ରାମାଞ୍ଚଳରେ ଜମାର ୬୨୮ ପ୍ରତିଶତ ଲୋକଙ୍କୁ ଋଣ ପ୍ରଦାନ କରି ଅନ୍ୟ ବ୍ୟାଙ୍କ ମାନଙ୍କ ଠାରୁ ସର୍ବାଗ୍ରେ ରହିଛି । ଏବେ ବାଲେଶ୍ୱର, ମୟୂୂରଭଂଜ, କେଉଁଝର, ଯାଜପୁର, ଭଦ୍ରକ ଜିଲାରେ ମାଇକ୍ରୋ ଫାଇନାନ୍ସ ଜରିଆରେ ଗରିବ ମହିଳାଙ୍କୁ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଥିବା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରମଣ ବିଶ୍ୱାସ, ସେକ୍ ଆଜାରୁଦ୍ଦିନ, ଦେବାଶିଷ ପ୍ରଧାନ, ମାନସ କୁମାର ବିଶ୍ୱାଳ, ପଂକଜ କୁମାର ସାହୁ, ରିଶିକେଶ ପାତ୍ର, ଅଭିଜିତ୍ ଦାସ, ମୁକେଶ ସାହୁ ପ୍ରମୁଖ କର୍ମଚାରୀମାନେ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା