ବଡ଼ା ଖାନା କାର୍ଯ୍ୟକ୍ରମରେ ୧୧ ଜଣ ସଫେଇ କ୍ରର୍ମଚାରୀଙ୍କୁ ସମ୍ମାନୀତ କଲେ ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଡ଼ା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୧ ଜଣ ସଫେଇ କ୍ରର୍ମଚାରୀଙ୍କୁ ସମ୍ମାନୀତ ଜିଲ୍ଲାପାଳ ସମ୍ମାନିତ କରିଛନ୍ତି । ସୂଚନା ଅନୁଯାୟୀ ସ୍ୱଚ୍ଛ ସର୍ବେକ୍ଷଣରେ ଅଲ ଇଣ୍ଡିଆରେ ବ୍ରହ୍ମପୁରକୁ ସ୍ୱଚ୍ଛତା ରେକିଂଙ୍ଗ ଲିଷ୍ଟରେ ଆଣିବା ପାଇଁ ସଫେଇ କର୍ମଚାରୀ ମାନଙ୍କୁ ଟ୍ରେନିଂ ଦିଆଯିବା ସହ ଫିଲଡ଼ରେ କେମିତି ସ୍ୱଚ୍ଛ ଓ ସୁନ୍ଦର ରହିବ ସେଥିପାଇଁ ସଫେଇ କର୍ମୀ ମାନଙ୍କୁ ପୂର୍ବରୁ ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳୀରାମ ବୋନ୍ଦର ଅବଗତ କରାଇଥିଲେ । ସେଥିପାଇଁ ଆଜି ସ୍ଥାନୀୟ ଖଡ଼ାସିଙ୍ଗି ଠାରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବଡ଼ା ଖାନା କାର୍ଯ୍ୟକ୍ରମରେ ୧୦ଟି ୱାର୍ଡ଼ର ୧୧ ଜଣ ସଫେଇ କ୍ରର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିମଏସି କମିଶନର ଡ଼ଃ.ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଡେପୁଟି କମିଶନର ସାନିଟେସନ ନୋଡ଼ାଲ ଅଫିସର ରମାଞ୍ଚଳ ଖମାରି, ଆଶୁତୋଷ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ୧୦ଟି ୱାର୍ଡ଼ର ସଫେଇ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଭଳି ହେବା ଦ୍ୱାରା ଟିମ୍ ୱାର୍କ ସୁଦୃଢ଼ ହୋଇପାରିବ ଏବଂ ସଫେଇ କର୍ମଚାରୀଙ୍କ ଅବଦାନ ପାଇଁ ଆଜି ବ୍ରହ୍ମପୁର ସହର ସ୍ୱଚ୍ଛ ହୋଇପାରିଥିବା ବେଳେ ଦିନକୁ ଦୁଇଥର ସହରକୁ ସଫା କରାଯାଉଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କହିଥିଲେ । ସ୍ୱଚ୍ଛତା କ୍ଷେତ୍ରରେ ଥିବା ନିୟମକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବିଏମସିରେ ଅଭିଯୋଗ କରିବାକୁ ସଫେଇ କର୍ମଚାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ୟାମ୍ପ୍ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ପିଲାମାନଙ୍କ ପାଠ ପଢା ପାଇଁ କୋଟିଂର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।