ବଜ୍ରାଘାତରେ ଭାଙ୍ଗିଲା ମନ୍ଦିର ଦଧିନଉତି…

ଭଞ୍ଜନଗର (ସମୃଦ୍ଧ ଓଡିଶା) ବଜ୍ରାଘାତରେ ମନ୍ଦିରର ଦଧିନଉତି ଭାଙ୍ଗି ଯାଇଥିବା ଜଣାପଡିଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ନିମପଦର ଗାଁରେ । ଆଜି ଅପରାହ୍ନ ସମୟରେ ପ୍ରଚଣ୍ଡ ଘଡ ଘଡି ମାରିବା ସହ ପ୍ରବଳ ବର୍ଷା ହୋଇଥିଲା । ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରର ଦଧିନଉତି ଭାଙ୍ଗିବା ସହ ମନ୍ଦିରର ଅନେକ ସ୍ଥାନରେ ଫାଟ ଦେଖା ଦେଇଥିଲା । ମନ୍ଦିର ଭିତରେ ଥିବା ବିଦ୍ୟୁତ ତାର ସହିତ ବୈଦ୍ୟୁତିକ ଉପକରଣ ଗୁଡିକ ସମ୍ପୂର୍ଣ ପୋଡି ଜଳି ଯାଇଥିଲା । ବର୍ଷା କମିବା ପରେ ମନ୍ଦିର ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ରିପୋର୍ଟ – ନିଲୁ ବିଷୋୟୀ