ବଜ୍ରପାତରେ ୭ଗୋରୁ ଗାଈ ମୃତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବଜ୍ରପାତରେ ୭ଗୋରୁ ଗାଈଙ୍କ ମୃତ୍ୟୁ ହୋଇଥିବା । ସୂଚନା ମିଳିଛି ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମରେ ଆଜି ଅପରାହ୍ନ ୩ ସମୟରେ ଘଡଘଡି ସହିତ ବର୍ଷା ବଜ୍ରପାତ ହୋଇଥିଲା । ବର୍ଷା ସମୟରେ ଗୋରୁ ପଲ ଆସି ଗାଁ କୋଠ ଘରେ ରହିଥିଲେ ସେହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଗୋରୁ ଦଳଙ୍କ ସେହି ଠାରେ ପ୍ରାଣ ଚାଲି ଯାଇଥିଲା । ଏହି ଘଟଣା ସମ୍ପର୍କରେ ସଙ୍ଗେ ସଙ୍ଗେ ପଶୁ ଚିକିତ୍ସାଳୟ ଏବଂ ଆରଆଇକୁ ଖବର ଦିଆଯାଇଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା କରାଯାଇଥିଲା । ମୃତ ଗୋରୁ ଗାଈଙ୍କ ମଧ୍ୟରେ କୁଳମଣି ସାହୁଙ୍କ ବଳଦ ୨ଟା, ଗାଈ ୨ଟା ସୁରେଶ ସାହୁଙ୍କ ଗାଈ ଗୋଟିଏ, ବଳଦ ଗୋଟିଏ ଏବଂ ବିଶ୍ୱନାଥ ନାୟକଙ୍କ ଷଣ୍ଡ ଗୋଟିଏ ବୋଲି ଜଣାପଡିଛି ।

ରିପୋର୍ଟ : ଶୁଭମ ପାଣି