ବକେୟା ସହ ୩ କିସ୍ତି ମହଙ୍ଗାଭତ୍ତା ସରକାର ଦେବାକୁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଗତ ୧.୧.୨୦ଠାରୁ ଅଦ୍ୟାବଧି ପେନ୍‌ସନଭୋଗୀ ଓ ସରକାରୀ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ବର୍ଦ୍ଧିତ ମହଙ୍ଗାଭତ୍ତା ଦେଇନାହାନ୍ତି । କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ସହିତ ଓଡିଶାର ପେନ୍‌୍‌ସନଭୋଗୀ ଓ କର୍ମଚାରୀମାନେ ଗତ ୫ ଦଶନ୍ଧି ଧରି ଏହା ପାଇ ଅ।ସୁଥିବା ବେଳେ କେନ୍ଦ୍ର୍ର ସରକାର ୧.୧.୨୦ଠାରୁ ୧.୧.୨୧ ପର୍ଯ୍ୟନ୍ତ ୩ କିସ୍ତିର ମହଙ୍ଗାଭତ୍ତା ୧୧ ପ୍ରତିଶତ ବନ୍ଦ କରି ରଖିଥିଲେ । କିନ୍ତୁ ପରେ କେନ୍ଦ୍ର ସରକାର ଓ ଅନ୍ୟ କେତେକ ରାଜ୍ୟ ସରକାର ଗତ ଜୁଲାଇ ମାସରୁ ଏପରି ବର୍ଦ୍ଧିତ ମହଙ୍ଗାଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ଓଡିଶା ସରକାର ନିରବ ରହିଛନ୍ତି ବୋଲି ଆଜି ସୋମବାର ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସଂପାଦକ ଇନ୍ଦୁମାଧବ ମହାନ୍ତି ବାଲେଶ୍ୱର ଜିଲାର ଜଳେଶ୍ୱରଠାରେ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଏବେ ଆକାଶଛୁଆଁ ଦରଦାମ ବୃଦ୍ଧି ସମୟରେ ପେନ୍‌ସନ୍ ଓ ପରିବାର ପେନ୍‌ସନଭୋଗୀ ମାନେ ଦୟନୀୟ ଅବସ୍ଥାରେ ରହୁଛନ୍ତି । କେନ୍ଦ୍ର ଓ କେତେକ ରାଜ୍ୟ ସରକାର ପେନ୍‌ସନଭେଗୀଙ୍କୁ ଚିକିତ୍ସା ଓ ଭ୍ରମଣ ଭତ୍ତା ଦେବାର ବ୍ୟବସ୍ଥା ଥିବା ବେଳେ ଓଡିଶାରେ ତାହା ନାହିଁ । ଅନ୍ୟ ପକ୍ଷରେ ଓଡିଶା ସରକାର ପେନ୍‌ସନଭୋଗୀଙ୍କୁ ୩ କିସ୍ତିର ମହଙ୍ଗାଭତ୍ତା ବନ୍ଦ କରିବା ଫଳରେ ବେଡି ଉପରେ କୋରଡା ମାଡ ହୋଇଛି । ରାଜ୍ୟ ସରକାର ଏପରି ଅର୍ଥ ଦେବାର ତୁରନ୍ତ ବ୍ୟବସ୍ଥା ନ କଲେ ପେନସନ୍‌ଭୋଗୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ରାଜ୍ୟ ସଂଘର ସଂପାଦକ ଶ୍ରୀ ମହାନ୍ତି, ଡ. ଲଳିତ ରଂଜନ ସେନାପତି, ରାଜାରାମ କରସର୍ମା, ରମେଶ ଚନ୍ଦ୍ର ନାୟକ, ବଂଶୀଧର ମିଶ୍ର, ଶଶାଙ୍କ ଶେଖର ମହାନ୍ତି ଓ କାଳିଚରଣ ପୃଷ୍ଟି ପ୍ରମୁଖ ଜଳେଶ୍ୱରଠାରେ ପ୍ରେସ୍ ଇସ୍ତାହାରରେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା