ଫଟୋ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ନିମନ୍ତେ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଫଟୋ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବୁଥ୍ ଲେବଲ ଅଫିସର ଓ ସୁପରଭାଇଜର ଏବଂ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ କରାଯାଇଥିଲା । ଏଥିରେ ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଞ୍ଜନ ପୃଷ୍ଟି ଯୋଗଦେଇ ସ୍ୱତନ୍ତ୍ର ଭୋଟର ତାଲିକା-୨୦୨୦ ସଂଶୋଧନ କାର୍ଯ୍ୟସୂଚୀ ନେଇ ଅବଗତ କରାଇବା ସହ ଭୋଟର ତାଲିକା କେମିତି ସଠିକ ଭାବେ ପ୍ରକାଶ ପାଇବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ୨୮,୨୯ ଓ ଡିସେମ୍ବର ୫ ଏବଂ ୬ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ୪ଦିନରେ ସମସ୍ତ ବିଏଲଓ ଏବଂ ସୁପରଭାଇଜନର ମାନେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରୀ ୧ ସୁଦ୍ଧା ଯେଉଁମାନଙ୍କୁ ୧୮ବର୍ଷ ବୟସ ହୋଇଥିବ ସେମାନଙ୍କ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରାଇ ପାରିବେ । ଯେଉଁମାନେ ସ୍ଥାନାନ୍ତର ହୋଇଥିବେ ଓ ଯାହାର ମୃତ୍ୟ ହୋଇସାରିଛି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି । ଏହି ବୈଠକରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବ୍ଲକ୍ ଜିପିଇଓ ସହଦେବ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା