ପ୍ରାଣୀଧନ ଚିକିତ୍ସାଳୟରେ କୁକୁଡା ଚିଆଁ ବଣ୍ଟନ…

ବୁଗୁଡା (ସମୃଦ୍ଧ ଓଡିଶା) ଜାତୀୟ ପ୍ରାଣୀଧନ ଯୋଜନା ମାଧ୍ୟମରେ ସ୍ତାନୀୟ ପ୍ରାଣୀଧନ ଚିକିତ୍ସାଳୟରେ ହିତାଧିକାରୀ ମାନଙ୍କୁ ମାଗଣା କୁକୁଡା ଚିଆଁ ବଣ୍ଟନ କରାଯାଇଛି l ଓଡିଶା ସରକାରଙ୍କ ଦ୍ଵାରା ଚିହ୍ନଟ ୧୦୨ ଜଣ ହରିଜନ, ଆଦିବାସୀ ଓ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ବୁଗୁଡା ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ଭଗବତୀ ପ୍ରସାଦ ଦାଶଙ୍କ ତତ୍ବାବଧାନରେ ୨୫ ଗୋଟି ଲେଖାଁଏ ବନରାଜ କୁକୁଡା ଚିଆଁ ବଣ୍ଟନ କରାଯାଇଛି l ହିତାଧିକାରୀଙ୍କୁ ରାତ୍ର ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୫୦୦ ଟଙ୍କା ଲେଖାଁଏ ୭ ଦିନ ମଧ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ ବୋଲି ଡାକ୍ତର ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା