ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବ୍ଲକ ସ୍ତରୀୟ ମକଡ୍ରିଲ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ପ୍ରାକୃତିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କେମିତି ଉଦ୍ଧାର କରାଯିବ ସେ ସବୁ ଅଗ୍ନିଶମ ବିଭାଗ ଦ୍ୱାରା ମକଡ୍ରିଲ ମାଧ୍ୟମରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ର, ତହସିଲଦାର ସ୍ମୃତିରଞ୍ଜନ ମହାପାତ୍ର, ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିପିଓ ସୁରେଶ ଚନ୍ଦ୍ର ପଣ୍ଡା, ସରପଞ୍ଚ ହୃଦାନନ୍ଦ ବେହେରା ଓ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଉପସ୍ଥିତ ଥିଲେ ।

ରିପୋର୍ଟ : ଶୁଭମ ପାଣି