ପ୍ରତିକାତ୍ମକ ଜଳେଶ୍ୱର ମହୋତ୍ସବ ଜାନୁଆରୀ ୨୮ରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱର ସୀମାନ୍ତ ଜଳେଶ୍ୱର ସହରରେ ପ୍ରତିବର୍ଷ ୯ଦିନ ଧରି ‘ଜଳେଶ୍ୱର ମହୋତ୍ସବ’ ବହୁ ଆଡମ୍ବରପୂର୍ଣ୍ଣଭାବେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଦ୍‌-୧୯ କଟକଣା ମଧ୍ୟରେ ଏହାକୁ ପ୍ରତିକାତ୍ମାକଭାବେ ପାଳନା କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଚଳିତବର୍ଷ ୧ ଦିନ ପାଇଁ ଆସନ୍ତା ୨୮ ତାରିଖରେ ଏହି ଉତ୍ସବ ପାଳନ କରାଯିବ ବୋଲି ଆଜି ସୋମବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଉକ୍ତଦିନ ସକାଳେ ଗଣଦୌଡ, ସଂଧ୍ୟାରେ କବିତା ପାଠୋତ୍ସବ, ଅଂଗଦାନ ସଂପର୍କରେ ସଚେତନ କାର୍ଯ୍ୟକ୍ରମ ସହିତ ସ୍ୱଳ୍ପ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟିର ସଭାପତି ଶିଶିର ହୁଇ, ସଂପାଦକ ଡ. ଅଜିତ୍ ମହାନ୍ତି, କୋଷାଧ୍ୟକ୍ଷ ନବେନ୍ଦୁ ପ୍ରଧାନ, ଗୋପାଳ ସାହୁ, ଦିଲ୍ଲିପ ଗିରି, ସତ୍ୟସୁନ୍ଦର ଦାସ, ସମୀର ପାତ୍ର, ଇଂ ରାମଚନ୍ଦ୍ର ସାହୁ, ମଧୁସୂଦନ ଦତ୍ତ, ପ୍ରମୋଦ ଅଗ୍ରୱାଲା, ସୁଶାନ୍ତ ଦାସ, ଗୋବିନ୍ଦ ସାହୁ, ଅମିତାଭ ପାତ୍ର, ସୁବ୍ରତ ରଣା ପ୍ରମୁଖ ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ପଡିଆରେ ସାଧାରଣ ତନ୍ତ୍ର ଦିବସ ୨୦୨୧ ପାଳନ କରାଯିବ ବୋଲି କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଥିଲେ ।