ପ୍ରକାଶ ପିଇଲା ଗଞ୍ଜାମ ଜିଲ୍ଲାରେ ୨୨ ବ୍ଲକର ଅଧ୍ୟକ୍ଷ ସଂରକ୍ଷଣ ତାଲିକା…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାଥମିକ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି । ଗଞ୍ଜାମ ଜିଲ୍ଲାର ମୋଟ ୨୨ଟି ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ଆସିକା ମହିଳା, ବେଗୁନିଆପଡା ମହିଳା, ବେଲଗୁଣ୍ଠା ଅଣସଂରକ୍ଷିତ, ଭଞ୍ଜନଗର ଅଣସଂରକ୍ଷିତ, ବୁଗୁଡ଼ା ଅଣସଂରକ୍ଷିତ, ଛତ୍ରପୁର ଅଧ୍ୟକ୍ଷ ପାଇଁ ଅନୁସୂଚିତ ଜାତି ମହିଳା, ଚିକିଟି ଅନୁସୂଚିତ ଜାତି, ଧରାକୋଟ ପଛୁଆବର୍ଗ, ଦିଗପହଣ୍ଡି ଅନୁସୂଚିତ ଜାତି, ଗଞ୍ଜାମ ପଛୁଆବର୍ଗ, ହିଞ୍ଜିଳିକାଟୁ ଅନୁସୂଚିତ ଜାତି ମହିଳା, ଜଗନ୍ନାଥପ୍ରସାଦ ପଛୁଆବର୍ଗ ମହିଳା, କବିସୂର୍ଯ୍ୟନଗର ପଛୁଆବର୍ଗ ମହିଳା, ଖଲ୍ଲିକୋଟ ପଛୁଆବର୍ଗ, କୁକୁଡାଖଣ୍ଡି ଅନୁସୂଚିତ ଜାତି ମହିଳା, ପାତ୍ରପୁର ମହିଳା, ପୋଲସରା ମହିଳା, ପୁରୁଷୋତ୍ତମପୁର ଅଣସଂରକ୍ଷିତ, ରଙ୍ଗେଇଲୁଣ୍ଡା ମହିଳା, ସାନଖେମୁଣ୍ଡି ପଛୁଆବର୍ଗ ମହିଳା, ଶେରଗଡ଼ ଅଣସଂରକ୍ଷିତ, ସୋରଡା ବ୍ଲକ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଛି । ବ୍ଲକ ଅଧ୍ୟକ୍ଷ ପାଇଁ ଯଦି କିଏ ଚାହିଁବ ୧୬ ତାରିଖରେ ଆପତ୍ତି କରିପାରିବେ । ୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ । ୨୬ ତାରିଖରେ ଜିଲ୍ଲାପାଳ ରାଜ୍ୟ ନିର୍ବାଚନ ଆଯୁକ୍ତକୁ ଚୂଡାନ୍ତ ତାଲିକା ପ୍ରେରଣ କରିବେ ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା