ପୌର ନିର୍ବାଚନ ପାଇଁ ଜଳେଶ୍ୱର କଂଗ୍ରେସର ପ୍ରସ୍ତୁତି ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ପୌର ନିର୍ବାଚନ ପାଇଁ ଜଳେଶ୍ୱର କଂଗ୍ରେସ ତାର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଜି ସ୍ଥାନୀୟ ନୁଅବଜାର ସ୍ଥିତ ଶୋଭା କଲ୍ୟାଣ ମଣ୍ଡପରେ ଟାଉନ କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ୍ ସଭାପତି ସଂଜୀବ ଗିରି ଯୋଗ ଦେଇ ବିଜେପି ଓ ବିଜେଡି ବିରୁଦ୍ଧରେ କଂଗ୍ରେସକୁ ବିକଳ୍ପ ଭାବରେ ଗ୍ରହଣ କରିବା ପାଇଁ ସେ ଜଳେଶ୍ଵରବାସିଙ୍କୁ ଅନୁରୋଧ କରିଥିଲେ । ପ୍ରଚାର କମିଟି ଅଧ୍ୟକ୍ଷ ରିଆଜ ଖାଁ ଜଳେଶ୍ୱର ମ୍ୟୁନିସିପାଲିଟିର ୧୭ଟି ୱାର୍ଡରେ ଦଳର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଓ ପ୍ରଚାର କମିଟି ଗଠନର ପ୍ରକ୍ରିୟା ଚାଲୁ ରହିଛି ବୋଲି ପ୍ରକାଶ କରିଥିଲେ । ଜଳେଶ୍ୱରରେ ଯାହା କିଛି ବିକାଶ ହୋଇଛି ତାହା ସବୁ କଂଗ୍ରେସର ଅବଦାନ । ସେ କଥା ଜଳେଶ୍ୱର ସହରର ଲୋକେ ଭୁଲିବେ ନାହିଁ ଓ ସେଥିପାଇଁ କଂଗ୍ରେସକୁ ପୁଣି ଥରେ ଆଶୀର୍ବାଦ କରିବେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ନିକଟରେ ଜଳେଶ୍ୱର ମ୍ୟୁନିସିପାଲଟି ରେ ବ୍ୟାପକ ଦୁର୍ନୀତି ହୋଇଛି ଏବଂ ଏହାକୁ ଲୋକ ମାନେ ଭଲ ଭାବରେ ଜାଣିଛନ୍ତି । ଏହି ଦୁର୍ନିତୀ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିବ, ତା ସହିତ ଡ୍ରେନ, ସଫେଇ ଓ ପରିମଳ ବ୍ୟବସ୍ଥା, ଗରିବ ଲୋକଙ୍କୁ ବାସଗୃହ, ଟାଉନ ହଲ ନିର୍ମାଣ, ଷ୍ଟାଡିୟମକୁ ସମ୍ପୂର୍ଣ୍ଣ କରିବା, ଯୁବକ ଓ ମହିଳାମାନଙ୍କ ପାଇଁ ବିଶେଷ ପଦକ୍ଷେପ ନେବା ଇତ୍ୟାଦି ପ୍ରସଙ୍ଗ ଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ନିଷ୍ପତି ହୋଇଛି । ଖୁବ ଶୀଘ୍ର ଜଳେଶ୍ୱର ଟାଉନ କଂଗ୍ରେସ ପକ୍ଷରୁ ଖୁବ୍ ଶୀଘ୍ର ଇସ୍ତାହାର ପ୍ରକାଶ କରି ଲୋକଙ୍କ ପାଖକୁ ଯିବ ଓ ପ୍ରାର୍ଥୀ ଘୋଷଣା କରିବ ବୋଲି ଟାଉନ କଂଗ୍ରେସ ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଆଜିର ଏହି ବାଇଥାକରେ ପୂର୍ବତନ କାଉନସିଲର ଜଗଦୀଶ ନଦୀ, ତାରକ ଚାନ୍ଦ, ଲକ୍ଷ୍ମୀଧର ବେହେରା, ମନା ରୟ, ସୌଭିକ୍ ବେହେରା, ରଞ୍ଜିତ ଗିରି, ଫରିଡ ଅହମ୍ମଦ, ସତ୍ୟ ସୁନ୍ଦର ଦାସ, ହେମନ୍ତ ଗିରି, ସୁଦାମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । 

ରିପୋର୍ଟ : ଭୂପତି ପରିଡା