ପୌରପାଳିକାର ବିଭିନ୍ନ ସ୍ଥାନରେ ବର୍ଷାପାଣିର ତାଣ୍ଡବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲଘୁଚାପ ଜନୀତ ଲଗାଣ ବର୍ଷାଯୋଗୁଁ ଜଳେଶ୍ୱର ମ୍ୟୁନିସିପାଲଟିର ବିଭିନ୍ନ ୱାର୍ଡରେ ପାଣିର ସୁଅ ଛୁଟୁଛି । ବିଶେଷତଃ ୪ନଂ ୱାର୍ଡର ଜଳେଶ୍ୱର ହାଟ ଉତ୍ତରପଟେ ଥିବା ପଂଚୁଘଣ୍ଟା ମନ୍ଦିର ନିକଟରେ ପାଣିର ସ୍ରୋତ ଯୋଗୁଁ ଜଳେଶ୍ୱରରୁ ରାଇବଣିଆ ଯାତାୟାତ ବ୍ୟାଘାତ ସୃଷ୍ଟି କରିଥିବାରୁ ପଂଚୁଘଣ୍ଟାର ବନମାଳୀ ଧଳ ପୌରଅଧିକାରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକଷଣ କରିଛନ୍ତି । ସେହିପରି ୱାର୍ଡ ନଂ ୮, ୯, ୧୦, ୧୩, ୧୫, ୩, ୭ରେ ଜଳ ନିଷ୍କାସନ ନେଇ ଜାତାୟାତରେ ଅସୁବିଧା ସୃଷ୍ଟି ହୋଇଛି । ପୌରଅଧିକାରୀ ଅଜୟ କୁମାର ମହାପାତ୍ର ଜଳନିଷ୍କାସନ ଲାଗି କେତେକ ବ୍ୟବସ୍ଥା ହାତକୁ ନେଇଥିବା କହିଛନ୍ତି । ଅନ୍ୟପକ୍ଷରେ ବର୍ଷାପୂର୍ବରୁ ପୌରପାଳିକା ପକ୍ଷରୁ ଜଳନିଷ୍କାସନଲାଗି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ହାତକୁ ନିଆଯାଉନଥିବା ବେଳେ ବର୍ଷାପରେ ଜଳନିଷ୍କାସନ ନାମରେ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଥିବା ଅଭିଯୋଗ ହେଉଛି । ଅତିଶୀଘ୍ର ଜଳନିଷ୍କାସନର ବ୍ୟବସ୍ଥା ହେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା