ପୋଷ୍ୟ ବିଦ୍ୟାଳୟ ରୂପେ ଘୋଷଣା ହେଲା ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନିକଟରେ ସାରା ଓଡ଼ିଶାରେ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ବିଶିଷ୍ଟ ପ୍ରଶାସିକା ତଥା ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ଶାସନ ସଚିବ ରୂପା ରୋଶନ ସାହୁ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳକୁ ନିଜର ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିବାକୁ ନିଜ ଟୁଇଟର ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ଖବର ପାଇ ସମଗ୍ର ଢେଙ୍କାନାଳରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବର୍ତ୍ତମାନ ଢେଙ୍କାନାଳର ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମୌସୁମୀ ସାହୁ, ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି ଶିକ୍ଷାବିତ ତଥା ବିଶିଷ୍ଟ ଇଂରାଜୀ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ବିଦ୍ୟାଳୟର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଡ୍ରଇଂଗ ଅଫିସର ତଥା ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର,ବିଦ୍ୟାଳୟ ‘ମୋ ସ୍କୁଲ ଅଭିଯାନ’ଦାୟିତ୍ୱରେ ଥିବା ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ବୃନ୍ଦ, ଛାତ୍ରୀଛାତ୍ର, ଅଭିଭାବିକା, ଅଭିଭାବକ, ସ୍କୁଲ କମିଟିର ସଦସ୍ୟା, ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ ବୃନ୍ଦ, ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟା ସଦସ୍ୟ ବୃନ୍ଦ ଓ ବିଦ୍ୟାଳୟ ପ୍ରେମୀ ଅସଂଖ୍ୟ ଜନ ସାଧାରଣ ନିଜ ନିଜର ଖୁସି ବ୍ୟକ୍ତ କରି ତାଙ୍କର ଏହି ଐତିହାସିକ ଘୋଷଣା ପାଇଁ ତାଙ୍କୁ ସ୍ବାଗତ, ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀମତୀ ରୂପା ରୋଶନ ସାହୁ ନିଜେ ଘୋଷଣା କରିଥିବା ନିଜର ପୋଷ୍ୟ ବିଦ୍ୟାଳୟକୁ କେବଳ ଜିଲ୍ଲା ସ୍ତରରେ ନୁହେଁ, ସମଗ୍ର ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସର୍ବାଙ୍ଗୀନ ବିକାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଏହାକୁ ଏକ ସୁପ୍ରତିଷ୍ଠିତ ବିଦ୍ୟାଳୟରେ ପରିଣତ କରିପାରିବେ ବୋଲି ସମସ୍ତେ ଦୃଢ଼ ଆଶା ପ୍ରକାଶ କରିଛନ୍ତି ।