ପୋତାଗଡ଼ ପରିଦର୍ଶନ କଲେ ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନୀଳମାଧଵ ଭୋଇ, ତହସିଲଦାର ଅରୁଣ କୁମାର ନାୟକ, ଏନଏସି ଇଓ ରୋନିତ କୁମାର, ଗ୍ରାସୀମ ଲୋକ ସମ୍ପର୍କ ସୂଚନା ଅଧିକାରୀ ହେଡ଼ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରୀମାନଙ୍କ ଭ୍ରମଣ ନିମନ୍ତେ ଗଞ୍ଜାମ ଦର୍ଶନ ସିଟି ବସ ଚଳାଚଳ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ ରଖାଯାଇଛି । ଏଥିପାଇଁ ଏହି ଐତିହାସିକ ପୋତାଗଡ଼ ଠାରେ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ନିମନ୍ତେ ଜିଲ୍ଲାପାଳ ପ୍ରାଥମିକତା ଦେଇଛନ୍ତି । ସଫା ସୁତାର ରଖିବାକୁ ଚାରୋଟି ଘାସକଟା ମେସିନ ଦ୍ୱାରା ସବୁଦିନ ସଫେଇ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବୋଟିଂ କ୍ଳବ, ଶିଶୁ ଉଦ୍ୟାନ, ବରିଷ୍ଠ ନାଗରିକମାନଙ୍କ ପ୍ରାତଃ ଭ୍ରମଣ ପାଇଁ ସମସ୍ତ ସୁବିଧା, ଅତ୍ୟାଧୁନିକ ଆଲୋକିକରଣ, ଆଦି ନିର୍ମାଣ କାର୍ଯ୍ୟପାଇଁ ଖୁବ ଶୀଘ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ସେ ଦାୟିତ୍ୱ ନିଜେ ଜିଲ୍ଲାପାଳ ନେବେ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଗଞ୍ଜାମ ଦର୍ଶନରେ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ ଅନ୍ତର୍ଭୁକ୍ତ ଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏଥିସହ ପାଣିପାଗ ବିଭାଗ ଆଗୁଆ ସୂଚନା ଅନୁଯାୟୀ ଚାରି ପାଞ୍ଚରେ ହେବାକୁ ଥିବା ବାତ୍ୟାକୁ କିପରି ମୁକାବିଲା କରିପାରିବା ସେ ନେଇ ସ୍ଥାନୀୟ ଅଞ୍ଚଳର ଯୁବ ବ୍ୟକ୍ତିତ୍ୱ ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ମନୋଜ କୁମାର ପ୍ରଧାନଙ୍କୁ ସହ ଉପଜିଲ୍ଲାପାଳ ଆଲୋଚନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା