ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କଂଗ୍ରେସ ବିଧାୟକ ପାର୍ଥି ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଦିଗପହଣ୍ଡି ବିଜ୍ଞାପିତ ଅଂଚଳର ପୁଞ୍ଜିକୟା ଛକ, ବଜାର ଛକ, ବ୍ରହ୍ମପୁର ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦିଗପହଣ୍ଡି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟକୁ ବାହାର କରାଯାଇଥିଲା । ସୁତରାଂ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଉଛି, ଯାହା ଫଳରେ ଜନଜୀବନ ପ୍ରଭାବିତ ହୋଇ ଲୋକେ ହନ୍ତସନ୍ତ ହେଉଛନ୍ତି । କରୋନାର ସମ୍ବେଦନଶୀଳ ସମୟ ମଧ୍ୟରେ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ତ୍ରାହି ତ୍ରାହି ଡାକିଲେଣି । ଏହାସହ ପନିପରିବା ଦର ମଧ୍ୟ ଆକାଶଛୁଆଁ ହେଲାଣି । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କଂଗ୍ରେସ ବିଧାୟକ ପାର୍ଥି ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ନେତୃତ୍ୱରେଏହି ବିକ୍ଷୋଭରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, କେ.କୁନା, ଦେବାଶିଷ ମହାନ୍ତି, ଦିବାକର ପ୍ରଧାନ, ଶିବ ଶଙ୍କର ପଟ୍ଟନାୟକ, ମିଟୁ ଗୌଡ଼, ଅନୀଲ ଦୋରା, ପିତାମ୍ଭର ପାତ୍ର, ଏ. ସନ୍ତୋଷ, ସନାତନ ରେଡ଼ି, ରବି ସେଠି, ସିବାଶିଷ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।