ପୂର୍ବତନ ଶେରଗଡ ବ୍ଳକ ଚେୟାରମ୍ୟାନଙ୍କ ପରଲୋକ…

ଶେରଗଡ (ସମୃଦ୍ଧ ଓଡିଶା) ଶେରଗଡ ବ୍ଳକର ପୂର୍ବତନ ଚେୟାରମ୍ୟାନ ବାବୁଲା ଚୌଧରୀ(୫୪)ଙ୍କ ଆଜି ସକାଳ ସାଢେ ପାଞ୍ଚଟା ସମୟରେ ଭୁବନେଶ୍ବର ସ୍ଥିତ ସମହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତିନିଦିନ ପୂର୍ବେ ଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ସମହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୂ ତାଙ୍କର କରୋନା ପଜେଟିଭ ଥିବା ପରିକ୍ଷାରୁ ଜଣାପଡିଛି । ସେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଥିଲେ । ଚୌଧୁରୀଙ୍କ ଅକାଳ ବିୟୋଗରେ ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ଓୟୂଡବ୍ଲ୍ୟୁଜେର ଗଞ୍ଜମ ଜିଲ୍ଲା ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକ ପ୍ରକାଶ କରି ଆତ୍ମାର ସଦଗତି କାମନା କରି ଶୋକ ସତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ବାବୁଲାଙ୍କ ପରଲୋକରେ ଶେରଗଡ ତଥା ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।