ପୂର୍ବତନ ପୌରପାଳଙ୍କ ଦେହାନ୍ତ : ଜଳେଶ୍ୱରରେ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ପୂର୍ବତନ ନଗରପାଳ, କଂଗ୍ରେସର ଟାଉନ୍ ସଭାପତି, ଜଣେ ସୁସଂଗଠକ, କଂଗ୍ରେସ ପ୍ରେମୀ, ଦରଦୀ ମଣିଷ, ଗ୍ରାମ୍ୟ ବିଚାରକ ତଥା ବିଜ୍ଞାପିତ ପରିସଦର ସର୍ବାଙ୍ଗିନ ବିକାଶ ଲାଗି ପ୍ରଚେଷ୍ଟା ଜାରି ରଖିଥିବା ବସନ୍ତ ସେନାପତିଙ୍କ ୮୪ ବର୍ଷ ବୟସରେ ଗତ ବୁଧବାର ରାତି ୧୧.୫୫ରେ ପରଲୋକ ହୋଇଛି । ଜଣେ ସଚ୍ଚୋଟ ନିରାଡାମ୍ବର, ସ୍ପଷ୍ଟବାଦି, ଜନଦରଦୀ ମଣିଷଭାବେ ଜଳେଶ୍ୱରବାସୀଙ୍କ ଠାରେ ପରିଚିତ । ଗତ ୨ବର୍ଷ ଧରି ଶ୍ୱାସ ରୋଗରେ ପିଡିତ ଥିବା ବେଳେ ଗତ୧୨ ଦିନ ଧରି ସୋମ୍ ହସ୍‌ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ହୃଦ୍‌ରୋଗ ଓ ମୂତ୍ରରୋଗରେ ଥାଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ମର ଶରୀର ଜଳେଶ୍ୱରରେ ପହଞ୍ଚିବା ପରେ କଂଗ୍ରେସର ପୂର୍ବତନ ବିଧାୟକ ଦେବିପ୍ରସନ୍ନ ଚନ୍ଦ, ଗିରିଜା ଦାସ, ରିଆଜ ଖାଁ, ଜଗଦୀଶ ନନ୍ଦି, ସବ୍ୟସାଚୀ ଦାସ, ଦଳର ପତାକା ଓ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । କଂଗ୍ରେସ ଜଣେ ସେନାପତିଙ୍କୁ ହରାଇଲା ବୋଲି ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ସତ୍ୟସୁନ୍ଦର ଦାସ, ସୁନୀଲ ପରିଡା, ହେମନ୍ତ ଗିରି, ରାଜୀବ ପରିଡା, ସୁଦାମ ପାତ୍ର, ଲକ୍ଷ୍ମିକାନ୍ତ କର, ସତ୍ୟବ୍ରତ ଦାସ, ଦୁଲାଲ ଦାସ, ଚିତ୍ତରଂଜନ ସାହୁ, ଫରିଦ ଅହମ୍ମଦ, କାଦମ୍ବିନୀ ରାୟ, ଗୋପାଳ ନନ୍ଦି, ଲକ୍ଷ୍ମୀଧର ଗିରି ପ୍ରମୁଖ ଶୋକବ୍ୟକ୍ତ କରିଥିଲେ । ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ପ୍ରତୀପ ପ୍ରଧାନ, ଆନନ୍ଦ କର, ଅର୍ଚ୍ଚନା ଗିରି, ଗୋବିନ୍ଦ ସାହୁ, ରଣ୍ଟୁ ବ୍ରହ୍ମ, ସୁରଜିତ୍ ଘୋଷ, ବିଜୟ କାମିଳା ପ୍ରମୁଖ ଶୋକ ପ୍ରକାଶ କରି ସମବେଦନା ଜ୍ଞାପନ କରିଥିଲେ । କମ୍ୟୁନିଷ୍ଟ ଦଳ ପକ୍ଷରୁ ଦିଲ୍ଲିପ ଗିରି, ସିତାଂଶୁ ସେନାପତି ଓ ବିଜେପିରୁ ଅରୁଣ ବେଜ, ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ଦିବ୍ୟକାମ ମହାନ୍ତି, ଶ୍ରୀକୃଷ୍ଣ ଗୁପ୍ତା, ସୁବ୍ରତ ଘୋଷ, ମନୋଜ ସାସମଲ, ତପନ ବିଶ୍ୱାଳ, ସିଦ୍ଧାର୍ଥ ଶଂକର ପାଳ, ପ୍ରଣବ ପଣ୍ଡା, ପ୍ରତାପ ସେନାପତି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ପୌର ଅଧିକାରୀ ଅଜୟ କୁମାର ମହାପାତ୍ର ଓ ଅନ୍ୟ କର୍ମଚାରୀ, ଡ. ଲଳିତ ରଂଜନ ସେନାପତି, ଭାଷ୍କର ମିଶ୍ର, ରାମଚନ୍ଦ୍ର ଜେନା, ଡ. ଅଜିତ୍ ମହାନ୍ତି, ଶରତ ପରିଡା ପ୍ରମୁଖ ଶେଷ ଦର୍ଶନ କରିଥିଲେ । ବଡପୁଅ ନିମାଁଇପଦ ସେନାପତି ମୁଖାଗ୍ନି ଦେଇଥିବା ବେଳେ ହରିପଦ, ଶ୍ୟାମପଦ, ଦୁର୍ଗାପଦ, ରବିପଦ, ଝିଅ ଗୀତାରାଣୀ, ଜ୍ୱାଇଁ ମନୋରଂଜନ ଭାଇ, ବଂଧୁ, କୁଟୁମ୍ବ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା