ପୁଷ୍ପାରାଣୀ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧାବାର୍ଷିକୀରେ ପ୍ରତିମୂତ୍ତି ଓ ସ୍ମରଣୀକା ଉନ୍ମୋଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମାର ମମତା ଚିରନ୍ତନ ଓ ଶାଶ୍ୱତ । ସମାଜର ତଥା ପରିବାରର କଲ୍ୟାଣ ଲାଗି ମାର ଭୂମୀକା ଅତୁଳନୀୟ ବୋଲି ପୁଷ୍ପାରଣୀ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ସଭାରେ ମତପ୍ରକାଶ ପାଇଛି । ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ଶାଳିକୋଠା ଗ୍ରାମର ପ୍ରଭାବଶାଳୀ ଓ ଆଦର୍ଶ ଶିକ୍ଷକ ଶରତଚନ୍ଦ୍ର ପଣ୍ଡାଙ୍କ ସହଧର୍ମିଣୀ ପୁଷ୍ପାରାଣୀ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଉପଲକ୍ଷେ ଅନୁଷ୍ଠିତ ସଭାରେ ଗ୍ରାମାଂଚଳ ବରିଷ୍ଠ ନାଗରିକ ମଂଚର ସଭାପତି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପ୍ରଧାନ ସଭାପିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଧାଂଶୁ ସେଖର ପ୍ରଧାନ, ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀକାନ୍ତ ଚରଣ ପାତ୍ର, ଡ. ରମାକାନ୍ତ ଭଂଜ, ଶିକ୍ଷକ ନେତା ରମେଶ ଚନ୍ଦ୍ର ନାୟକ, ନଳିନୀ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପଣ୍ଡା ଜଣେ ଆଦର୍ଶ ମା, ଗୃହିଣୀ ଓ ସମାଜସେବୀ ଥିବା ସଂପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ସ୍ୱର୍ଗତ ପଣ୍ଡାଙ୍କ ଅବୟବ ପ୍ରତିମୂତ୍ତି ଉନ୍ମୋଚନ କରିବା ସହିତ ‘ପୁଷ୍ପ ମହକ’ ସ୍ମରଣିକା ଉନ୍ମୋଚନ କରିଥିଲେ । ସାମାଜିକ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ଡାକ୍ତର ପଦ୍ମଲାଭ ପ୍ରଧାନ, ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସାହୁ, ପ୍ରଧାନ ଶିକ୍ଷକ ହରେକୃଷ୍ଣ ଜେନା, ଶିଳ୍ପୀ ସର୍ବେଶ୍ୱର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗୀତ ଗୁରୁ ପ୍ରମୋଦ ପଣ୍ଡା, ଅମିତ୍ କୁମାର ପଣ୍ଡା, ଅସିତ୍ କୁମାର ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ସ୍ୱର୍ଗତ ପଣ୍ଡାଙ୍କ ପୁତ୍ର ଅନୂପ କୁମାର ପଣ୍ଡା ମଂଚ ଆହ୍ୱାନ କରିଥିଲେ । ସାଗର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦିଲ୍ଲିପ କୁମାର ପଣ୍ଡା, ପ୍ରଦୀପ କୁମାର ପଣ୍ଡା ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା