ପୁର୍ତ୍ତବିଭାଗ ଟେଣ୍ଡର ପ୍ରକ୍ରିୟାକୁ ବିରୋଧ : ଠିକାଦାରଙ୍କ ଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବଡବଜାରସ୍ଥିତ ଡାକବଂଗଳା ପରିସରରେ ଅବସ୍ଥିତ ପୁର୍ତ୍ତବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । କିନ୍ତୁ ସେଠାରେ ଟେଣ୍ଡର ପ୍ରକ୍ରିୟା ଠିକ୍‌ଭାବେ ହେଉନଥିବାର ଅଭିଯୋଗ ହୋଇଛି । ଏପରି କାର୍ଯ୍ୟକୁ କେତେକ ଠିକାଦାର ବିରୋଧ କରିଥିବା ବେଳେ ଲୋକନାଥ ଜେନା ନାମକ ଜନୈକ ଠିକାଦାର କାର୍ଯ୍ୟାଳୟରେ ଦୀର୍ଘସମୟଧରି ଚଟାଣରେ ଶୋଇ ଅଭିନବ ଉପାୟରେ ବିରୋଧ କରିଥିଲେ । ସୂଚନାଯୋଗ୍ୟ କେତେକ ମୁଷ୍ଟିମେୟ ଠିକାଦାରଙ୍କୁ ଠିକା ନେବାର ସୁବିଧା ଦିଆଯାଉଥିବାର ଅଭିଯୋଗ କରାଯାଇଛି । ଏଥିନେଇ ଧାରଣାରେ ଶୋଇଥିବା ଲୋକନାଥ ଜେନା ବିଭିନ୍ନ ଅଭିଯୋଗ କରିଛନ୍ତି । ଏପରିକି ଟେଣ୍ଡର ପକାଇବା ଶେଷ ତାରିଖରେ ନୋଟିସ୍‌ବୋର୍ଡରେ ମରାଯିବା, ଠିକାଦାର ମାନଙ୍କୁ ହଇରାଣ ହରକତ କରାଯିବା ଇତ୍ୟାଦି ହେଉଥିବାର ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ କେତେକ କ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟକରି ରାସ୍ତା ମରାମତି, ଜେଲ କିମ୍ବା କୌଣସି ଅଧିକାରୀଙ୍କ ବାସସ୍ଥାନକୁ ମରାମତି କରିବାକୁ ପଡିଥାଏ । ଏଥିନେଇ ଟେଣ୍ଡର ପ୍ରକ୍ରିୟା ହେବା ପୁର୍ବରୁ କାର୍ଯ୍ୟାଦେଶ ଦିଆଯାଇଥାଏ । ଏ ସମ୍ପର୍କରେ ଆଜି ଲୋକନାଥ ନାମକ ଜନୈକ ଠିକାଦାର ଧାରଣାରେ ଶୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସହ ଆଲୋଚନା କରାଯାଇଥିବା ସେ କହିଥିଲେ ।

ରିପୋର୍ଟ : ଭୂପତି ପରିଡା