ପୁରୁଷ ଜାତୀୟ ବକ୍ସି ପ୍ରତିଯୋଗିତାରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର ୯ଜଣ ବିଶିଷ୍ଟ ପୁରୁଷ ବକ୍ସିଂ ଦଳ ସର୍ବଭାରତୀୟ ଅନ୍ତଃ ବିଶ୍ୱ ବିଦ୍ୟାଳୟର ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ତା ୨୩ ରେ ବ୍ରହ୍ମପୁରରୁ ମିରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତା ଚୌଧୁରୀ ଚରଣ ସିଂ ବିଶ୍ୱ ବିଦ୍ୟାଳୟ ମିରଟ ଦ୍ୱାରା ବାଗପାଟ ଠାରେ ଡିସେମ୍ବର ୨୬ ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଆୟୋଜିତ ହେଉଅଛି । ଏହି ଟିମରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଜୟ ସାହୁ(୪୯ କେଜି), ବିକ୍ରମ ନାୟକ (୫୭ କେଜି), ବିକ୍ରମ କୁମାର ପୃଷ୍ଟି (୬୦ କେଜି), ଅଂଶୁମାନ ଜେନା (୬୩ କେଜି) ଓ ରୋହିତ କୁମାର ନାୟକ (୭୫ କେଜି), ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଆକାଶ ଗୌଡ଼ (୬୯ କେଜି) ଏବଂ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁରର ବିବେକାନନ୍ଦ ନାହାକ (୬୯ କେଜି) ନିଜର ବକ୍ସିଂ କୌଶଳ ପ୍ରଦର୍ଶନ କରିବା ପାଇଁ ବିଶ୍ୱ ବିଦ୍ୟାଳୟ ଦ୍ୱାରା ମନୋନୀତ ହୋଇଛନ୍ତି । ଦଳ ମନୋନୟନ କରିବାରେ ବରିଷ୍ଠ ଜାତୀୟ ବକ୍ସିଂ ପ୍ରଶିକ୍ଷକ ଶିଶିର କୁମାର ପାଣିଗ୍ରାହୀ, କେ ପ୍ରଭାକର ରାଓ ଏବଂ ଶିବରାମ ପାତ୍ର ସହଯୋଗ କରିଥିଲେ । ଦଳର ସଫଳତା ପାଇଁ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର, କୁଳ ସଚିବ କିଶୋର ଚନ୍ଦ୍ର ଦାଶ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ଏବଂ କ୍ରୀଡା ପରିଷଦର ସମ୍ପାଦକ ଡ଼. ମନୋଜ କୁମାର ପଣ୍ଡା, ସହସମ୍ପାଦକ ମହେନ୍ଦ୍ର କୁମାର ବେହେରା, ନେହା ପାଣ୍ଡେ ଏବଂ ବିଶ୍ୱ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା