ପୁରୀରେ ଜଣେ ରାଜସ୍ଥାନୀ ଭକ୍ତଙ୍କ ମୃତ୍ୟୁ

ପୁରୀ(ସମୃଦ୍ଧଓଡିଶା)ଆଜି ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣମା । କେବଳ ଓଡିଶା କାହିଁକି ଦେଶ ବିଦେଶରୁ ଭକ୍ତଙ୍କ ଭିଡ଼ ହୋଇଛି ପୁରୀ ଶ୍ରୀକ୍ଷେତ୍ରରେ। ଭକ୍ତଙ୍କ ଭିଡ଼ ଲାଗିରହିଛି । ଏହି ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜସ୍ଥାନରୁ ପରିବାର ସହ ପୁରୀକୁ ଆସିଥିଲେ ଜଣେ ଭକ୍ତ । ସ୍ନାନମଣ୍ଡପ ନିକଟରେ ଦର୍ଶନ ବେଳେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ ନିଆ ଯାଇଥିଲା। ସେଠାରେ ଏହି ଭକ୍ତଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ଜଣକ ରାଜସ୍ଥାନର ଅମ୍ବାଲାଲ ଭୋଇ ବୋଲି ସୂଚନା ମିଳିଛି ।

ରିପୋର୍ଟ : ପ୍ରଭାତ କୁମାର ବେହେରା