ପୁରାତନ ଶିକ୍ଷା ଅନୁଷ୍ଠାନ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ…

ଗଜପତି/ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳା ସହରର ବହୁ ପୁରାତନ ଶିକ୍ଷା ଅନୁଷ୍ଠାନ ମହେନ୍ଦ୍ରଗିରି ପୈାର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ସିତାରାମ ଶତପଥୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶିକ୍ଷିତ ସମାଜ ଗଠନରେ ବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ବିଷୟରେ ଆଲୋକପାତ କରିବା ସହ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରୟାସ କରିଆସୁଥିବା କହିଛନ୍ତି । ସମ୍ମାନୀତ ଅତିଥି ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବିଦ୍ୟାଳୟ ପ୍ରତିଷ୍ଠାର ୫୪ ବର୍ଷ ମଧ୍ୟରେ ଜିଲ୍ଲା ତଥା ଜିଲ୍ଲା ବାହାର ବହୁ ଉଛ ଉଚ୍ଚ ସ୍ତରୀୟ ପ୍ରତିଭାକୁ ଗଢି ପାରିଥିବା ସମ୍ପର୍କରେ ଆଲୋକପାତ କରିଥିଲେ । ଆୟୋଜିତ ନିରାଡମ୍ବର ସମାରୋହରେ ପୁରାତନ ଛାତ୍ର ତଥା ଭାଗବତ ପାଢ଼ୀ, ପଞ୍ଚାନନ ବେହେରା, ସୁର୍ଯ୍ୟ ନାରାୟଣ ରାଜୁଗୁରୁ, ବୁଲୁ ବରାଡ, କୃଷ୍ଣ କୁମାର ବେହେରା, ପ୍ରଭାତ, ପାତ୍ର ପ୍ରମୁଖ ପକ୍ଷରୁ ବିଦ୍ୟାଳୟର ପୁରୁଣା ଅନୁଭୁତି କଥା ମନେ ପକାଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଇତିମଧ୍ୟରେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଘଟିଛି ସତ କିନ୍ତୁ ଆହୁରି ଅନେକ କିଛି ସମସ୍ୟା ରହିଥିବା ବେଳେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସେଗୁଡିକ ସଜାଡ଼ିବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରାଯାଇଥିବା ବେଳେ ଅପରାହ୍ନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

ରିପୋର୍ଟ : କୃଷ୍ଣ କୁମାର ବେହେରା