ପୁଣି ଥରେ ଖଲିଙ୍ଗି ଯୁବ ପିଢ଼ିଙ୍କ ଅଭିନବ ପ୍ରୟାସ : ଉତ୍କଳମଣି ସେବା ସଂଘ ପକ୍ଷରୁ ୫୧ ୟୁନିଟ ରକ୍ତ ସଂଗ୍ରହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଆଜି ଗ୍ରାମର ଯୁବ ପିଢ଼ିଙ୍କ ସହଯୋଗରେ ଉତ୍କଳମଣି ସେବା ସଂଘ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବା ସହ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରି ଗ୍ରାମରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ରକ୍ତ ଦାନ ଶିବିରରେ ୫୧ ଜଣ ଯୁବପିଢି ରକ୍ତ ଦେଇଥିବା । ସଂଘର ସଭାପତି ମିଥୁନ ନାହାକ, ସମ୍ପାଦକ ନିରାକାର ମହାନ୍ତିଙ୍କ ସମେତ ସେବା ସଂଘର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ । ଆଡପଡା ଗୋଷ୍ଠି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର ଡାକ୍ତର ମନୋରଞ୍ଜନ ରଥଙ୍କ ସହଯୋଗ ସହ ଭଞ୍ଜନଗରରୁ ରକ୍ତ ଭଣ୍ଡାରର ଟିମଙ୍କ ସହ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସର୍ଵ ପ୍ରଥମେ ଅନର୍ବ ନାୟକ ରକ୍ତ ଦାନ କରିଥିବା ବେଳେ ସେବା ସଂଘର ସମସ୍ତ ସଦସ୍ୟ ସହ ଅନେକ ଯୁବପିଢି ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ । ବିଜୟ ବେହେରା, ଶରତ ନାହାକ, ସୁଶାନ୍ତ ସେଠି, ରାଜେଶ ପ୍ରଧାନ, ତ୍ରିଲୋଚନ ସାହୁ, ପବିତ୍ର ବାଡ଼ତ୍ୟା, ନାରାୟଣ ଲେଙ୍କା, କୃଷ୍ଣ ପ୍ରଧାନ, ଜିତେନ୍ଦ୍ର ମହାରଣା, ରାଜେଶ ପ୍ରଧାନ, ଧର୍ମେନ୍ଦ୍ର ସୁଆଁସିଆ, ଫେଲୁ ବେହେରା, ଭଗବାନ ନାହାକ, ଦୀପକ ନାହାକ ସହ ଆଡପଡା ରାଜୀବ ଯୁବକ ସଂଘର ସଦସ୍ୟ ସହଯୋଗ କରିଥିଲେ । ଉତ୍କଳ ମଣି ଗୋପବନ୍ଧୁ ଦାସ ସେବା ସଂଘର ସଦସ୍ୟଙ୍କ ଏଭଳି କାର୍ଯ୍ୟ ପାଇଁ ଅଂଚଳ ବାସୀ ଶୁଭେର୍ଚ୍ଛା ସହ କୃତଘ୍ୟତ। ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା