ପୁଣି ଓଡିଶା ଆସୁଛନ୍ତି ଆନ୍ଧ୍ର ରାଜ୍ୟପାଳ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ପୁଣି ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ। ସେ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ପ୍ରସ୍ତାବ ରହିଛି । ସେ ଫେବୃଆରୀ ପହିଲା ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ଜଗତସିଂହ ପୁରରେ ଥିବା ତେନ୍ତୁଳିଆପଡାଗ୍ରାମରେ ଆଦିକବି ସାରଳାଦାସ ସାଂସ୍କୃତିକ ପରିଷଦର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଯୋଗଦେବେ । ଫେବୃଆରୀ ୨ ତାରିଖରେ ସେ କଲିକତା ଗସ୍ତ କରିବେ। ସେ କଲିକତା ନ୍ୟାସନାଲ ଲାଇବ୍ରେରୀରେ ଥିବା ଭାଷାଭବନ ପ୍ରେକ୍ଷାଳୟରେ ଦୈନିକ ସମାଜର ଶହେ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସମାରୋହରେ ଯୋଗଦେବେ । ଏହାପରେ ଫେବୃଆରୀ ୩ ତାରିଖରେ ଭୁବନେଶ୍ୱର ସହରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ପ୍ରସ୍ତାବ ରହିଛି । ଫେବୃଆରୀ ୪ ତାରିଖ ସକାଳ ୯ରେ ବିମାନ ଯୋଗେ ଭୁବନେଶ୍ୱରରୁ ତିରୁପତି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।