ପୁଣି ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସିରେ ପୁଣି ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା । ସୂଚନା ଅନୁଯାଇ ଛତ୍ରପୁର ଏନଏସିରେ ଗତ କିଛି ଦିନ ହେଲା କିଛି ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ଏନଏସି ବାସିନ୍ଦାମାନଙ୍କ ମନରେ ଭୟ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତାରେ ଏନଏସି ପକ୍ଷରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୬ ଦିନିଆ ସଟ୍ ଡାଉନ କରିବା ସହ ନିଷିଦ୍ଧାଞ୍ଚଳ ଓ ବଫର ଜୋନ୍ ଘୋଷଣା କରାଯାଇଛି । ଏହାସହ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଆରଡିଏ ପିଡିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ସହଯୋଗରେ ଏନଏସି ପକ୍ଷରୁ ସମସ୍ତ ଘରକୁ ଘର ବୁଲି ୫ଟି ଆରଆର ଟିମ୍ ଦ୍ୱାରା ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଉଛି । ଏହି ୫ଟି ଟିମ୍ ଗତକାଲିଠାରୁ ଏନଏସିରେ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି । ଏହି ଟିମ୍ ରେ ଜଣେ ମେଡିକାଲ ଅଫିସର, ଫାର୍ମାସିଷ୍ଟ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ଏନଏସିର କର୍ମଚାରୀମାନେ ରହିଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା