ପିସ୍ତଲ ସହ ଜୀବନ୍ତ ଗୁଳି ଜବତ କଲା ବୁଗୁଡା ପୋଲିସ : ୩ ଗିରଫ…

ବ୍ରହ୍ମପୁର/ବୁଗୁଡା (ସମୃଦ୍ଧ ଓଡିଶା) ଅକ୍ଟୋବର ୨ ତାରିଖ ଦିନ ଖମାରପଲ୍ଲୀ ଗ୍ରାମର ରୁପା ବ୍ୟବସାୟୀ ଲୋକନାଥ ସାହୁ ବିଭିନ୍ନ ଗ୍ରାମରେ ବ୍ୟବସାୟ କରି ନିଜ ନିଜ ଟିଭିଏସ ଗାଡ଼ିରେ ଗ୍ରାମକୁ ଫେରୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ନିମପଦର ନିକଟରେ ୩ ଜଣ ତାଙ୍କୁ ଅଟକାଇ ଜଣେ ମୁଣ୍ଡରେ ପିସ୍ତଲ ଲଗାଇଥିବା ବେଳେ ଜଣେ ମାଡ଼ମାରି ତଳେ ପକାଇଦେବା ବେଳେ ଅନ୍ୟଜଣେ ଗାଡ଼ିରେ ଲାଗିଥିବା ରୁପା ଅଳଙ୍କାର ବ୍ୟାଗ, ଛଅ ହଜାର ଟଙ୍କା ଓ କମ୍ପୁଟର ନିକିତି ନେବା ପରେ ତିନିଜଣ ଏକ ବାଇକରେ ବସି ବୋରିପଦର ଦିଗକୁ ଚାଲି ଯାଇଥିଲେ । ଏନେଇ ବୁଗୁଡା ଥାନା କେଶ ନଂ ୨୮୭/୨୦ ଧାରା ୩୯୪ ଆଇପିଏସ ଓ ୨୫ ଆର୍ମ ଆକ୍ଟ ପ୍ରକାରେ ଏକ ମାମଲା ରୁଜୁ ହୋଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ମନୋଜ କୁମାର ନାୟକ ଓ କାର୍ତ୍ତିକ ନାୟକ ପୋଲିସ ଫୋର୍ସଙ୍କୁ ନେଇ ଏକ ଟିମ ଅନୁସନ୍ଧାନ କରି ୩ ଜଣ ଆସାମୀ ପ୍ରବୀଣ ନାୟକ, ଟୁନା ନାୟକ ଓ ଟୁକୁନା ସ୍ବାଇଁକୁ ଗିରଫ କରିବା ସହ ଏକ ଦେଶୀ ପିସ୍ତଲ, ଏକ ଜୀବନ୍ତ ଗୁଳି, ୩ କିଲୋ ୨୦୦ ଗ୍ରାମର ରୁପା ଅଳଙ୍କାର, ୨ଟି ବାଇକ, ୨ଟି ମୋବାଇଲ ଓ ଏକ ଛୁରୀ ଜବତ କରିଥିବା ଜଣାପଡିଛି । ଗିରଫ ହୋଇଥିବା ୩ ଜଣ ଆସାମୀଙ୍କୁ ଆଜି କୋର୍ଟ ଚାଲାଣ ହୋଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା