ପିପିଇ ଉପକରଣ ବଣ୍ଟନ କଲେ ପୂର୍ବତନ ରୋଟାରି କ୍ଳବ ସଭାପତି…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସି ପେଣ୍ଠ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଛତ୍ରପୁର ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛତ୍ରପୁର ଅଂଚଳର ଚାଟାର୍ଡ଼ ଏକକାଉଣ୍ଟାଣ୍ଟ ତଥା ପୂର୍ବତନ ରୋଟାରି କ୍ଳବ ସଭାପତି ବର୍ତ୍ତମାନର ଆସିଷ୍ଟାଣ୍ଟ ଗଭର୍ଣ୍ଣର ତାପସ ପାଣିଗ୍ରାହୀ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ବହୁତ ନିଜସ୍ୱ ସୁରକ୍ଷା ଉପକରଣ (ପିପିଇ) କୀଟ ୧୦ ଗୋଟି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ. ଧନଜ୍ଞୟ ରେଡୀ, ସୁପେରିଟେଣ୍ଟ ଡାକ୍ତର. କାହ୍ନୁ ଚରଣ ପାତ୍ର ଏବଂ ସ୍ୱାସ୍ଥ୍ୟ ସମ୍ପ୍ରସନ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉପକରଣ କୋଭିଡ-୧୯ ଚିକିତ୍ସା ନିମନ୍ତେ ବହୁ ଉପଯୋଗୀ ହୋଇଥିବାରୁ ଏହାର ଆବଶ୍ୟକ ନିହାତି ରହିଥିଲା ବୋଲି ସେ କହିବା ସହ ଆଗମୀ ଦିନରେ ଏପରି ଉପକରଣ ଅଧିକ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହାସହ ଆଶାକର୍ମୀ ଓ କ୍ଷତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା