ପିତା ମାତା ଛେଉଣ୍ଡ ଜ୍ୟୋତିରେଖାକୁ ୫ ମାସର ରେଶନ୍ ସାମଗ୍ରୀ ଓ ପୋଷାକ ବଣ୍ଟନ କଲେ ମେ ଆୟୁ ହେଲ୍ପ ୟୁ ଫାଉଣ୍ଡେସନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅଧୀନ ବିରପାଲିଆ ଗ୍ରାମର ଜ୍ୟୋତିରାଣୀ ପରିଡ଼ା ୧୨ ବର୍ଷର ଝିଅ ବିଷୟରେ କଥାଟି କିଛି ଦିନ ଆଗରୁ ମିଡ଼ିଆ ବନ୍ଧୁ ମାନଙ୍କ ଦ୍ୱାରା ଜନ ସାଧାରଣଙ୍କ ପାଖରେ ଚର୍ଚ୍ଚାର ବିଷୟ ହୋଇଥିଲା । ଜ୍ୟୋତିରାଣୀ ପରିଡ଼ା ତାଙ୍କ ମାଆ ପନ୍ଦର ଦିନ ଆଗରୁ କରୋନାରେ ଜୀବନ ହରାଇ ଥିବା ବେଳେ ବାପା ଦଶ ବର୍ଷ ପୂର୍ବରୁ କ୍ୟାନ୍ସରେ ମୃତ୍ତୁବରଣ କରିଥିଲେ । ଏହି କଥାକୁ ଲକ୍ଷ ରଖି ସଂଗଠନ ତରଫରୁ କେହି ନ ଥିବା ଅସହାୟ ନିରୀହ ପିଲା ଜ୍ୟୋତିକୁ ଆଗାମୀ ପାଞ୍ଚ ମାସର ରାସନ ସାମଗ୍ରୀ ଏବଂ ପାଠ ପଢା ବାବଦରେ ବହି, ଖାତା, କଲମ, ସାଧା କାଗଜ, ପନିପରିବା, ନୂଆ ପୋଷାକ, ବୁଢ଼ୀ ଆଈଙ୍କ ପାଇଁ ଶାଢ଼ୀ ଇତ୍ୟାଦି ପ୍ରଦାନ କରିଥିଲେ, ଏହି କୁନି ଝିଅର କେହି ନ ଥିବା ବେଳେ ଜ୍ୟୋତି ମେ ଆଈ ହେଲ୍ପ ୟୁ ସଂଗଠନର ସାତ ଜଣଙ୍କୁ ରାକ୍ଷୀ ପିନ୍ଧାଇ ଭାଇ କରିଥିଲେ ଏବଂ ଏହି ସାତଜଣ ଭାଇ ତାଙ୍କ ଜ୍ୟୋତିକୁ ତପୋଇ ପରି ଭଲ ପାଇବା ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ, ସଂଗଠନ ନୁହେଁ ଦୁଖୀ ଦରିଦ୍ର ଅସହାୟ ମାନଙ୍କ ସାଥି, ବନ୍ଧୁ, ମୋ ପରିବାର ପରି ସେବା ଯୋଗାଇ ଏହି ପରି କାଯ୍ୟକ୍ରମ କରି ସଂଗଠନ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସାମାଜିକ ସଂଗଠନ ରୂପେ ନିଜର ପରିଚୟ ସୃଷ୍ଟି କରି ପାରିଛି । ଆଜି ସଂଗଠନ ତରଫରୁ ସଭାପତି ଜଗନ୍ନାଥ ପରିଡା, ଉପ ସଭାପତି ସତ୍ୟବ୍ରତ ପ୍ରମାଣିକ ସଂଗଠନର ଉପଦେଷ୍ଟା ମଣ୍ଡଳୀ ମନୋରଞ୍ଜନ ପ୍ରଧାନ, ନରହରି ବେହେରା, ଜ୍ୟୋସ୍ନାରାଣୀ ମହାନ୍ତି, ରମେଶ ଜେନା, ସଞ୍ଜୀବ ପାତ୍ର, ଏଲେନ ଘୋଷ, ତୋଫାନ ଆଚାର୍ଯ୍ୟ, ଦେବବ୍ରତ ପଣ୍ଡା, ଜୟଦେବ ସାମଲ, ରଞ୍ଜନ ପାତ୍ର, ସଂଗଠନର ସଦସ୍ୟା ଗୀତା ରାଣୀ ଦାସ, ସୁଷମା ପ୍ରଧାନ, ସୁଚିସ୍ମିତା ପ୍ରଧାନ, ଦେବସ୍ମିତା ମହାନ୍ତି, ମିଶି ତାଙ୍କ ଘରକୁ ଯାଇଥିଲେ । ତଦସହିତ ଆଗାମୀ ଦିନରେ ଜ୍ୟୋତି ଜଣେ ଶିକ୍ଷୟତ୍ରୀ ହେବାରେ ଆଶା ରଖିଥିବାରୁ ସଂଗଠନ ତା ପ୍ରତି ସମସ୍ତ ପ୍ରକାର ଚେଷ୍ଟା କରିବ ବୋଲି ପ୍ରତିଶୃତି ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା