ପିତାମାତା ଛେଉଣ୍ଡ ଜ୍ୟୋଟିଶ୍ରୀଙ୍କୁ ଅର୍ଥର ସହାୟତା ବଢ଼ାଇଲେ ଭୁବନେଶ୍ୱରର ଯୁବ ବ୍ୟବସାୟୀ…

ଜଳେଶ୍ୱର/ବାଲିଆପାଳ (ସମୃଦ୍ଧ ଓଡିଶା) ବାପା’ମାଆ ଛେଉଣ୍ଡ ଜ୍ୟୋତିଶ୍ରୀକୁ ଲମ୍ବୁଛି ସହାୟତାର ହାତ । ଭୁବନେଶ୍ୱର ଅଞ୍ଚଳର ଯୁବ ବ୍ୟବସାୟୀ ସୌଭାଗ୍ୟ ମଲ୍ଲିକ୍ ଜ୍ୟୋତିଶ୍ରୀଙ୍କୁ ଘର ନିର୍ମାଣ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଆର୍ଥକ ସହାୟତା ଯୋଗାଇ ଦେଇଛନ୍ତି । କରୋନା ମହାମାରୀ ଆସିଲା ସତ ଦେଇଗଲା ଅନେକ ଦୁଃଖ, ଜ୍ଵାଳା, ଯନ୍ତ୍ରଣା, କାହା ବାପା, ମାଆ ପାଖରୁ କଅଁଳ ନିଷ୍ପାପ ଛୁଟ ଛୁଆକୁ ଛଡାଇ ନେଲା ତ କେଉଁଠି ଛୁଟ ନିରିହ ପିଲାମାନଙ୍କ ଠାରୁ ବାପା ମାଆକୁ ଦୁରେଇ ଦେଲା । ନୟାବାଲି ଗ୍ରାମରେ ଅନାଥ କରି ଦେଇଛି ୧୨ ବର୍ଷର କୁନି ଝିଅ ଜ୍ୟୋତିଶ୍ରୀକୁ । ଆଗରୁ ବାପା କେନସାରରେ ମୃତ୍ୟୁ ବରଣ କରିଥିଲେ, ଆଉ ମାଆ ଅଙ୍ଗନବାଡ଼ି ସହାୟକା ହିସାବରେ କାର୍ଯ୍ୟ କରୁଥିଲେ । ଶେଷରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଜ୍ୟୋତିଶ୍ରୀକୁ ବେସାହାରା କରି ଆଖି ବୁଜିଲେ। ଯେଉଁ ସମୟରେ ଜ୍ୟୋତିଶ୍ରୀ ପାଇଁ ସ୍ନେହ, ମମତା ଆବଶ୍ୟକତା ଥିଲା ସେଇ ସମୟରେ ଅଲୋଡା ହୋଇ ଗଲା । କିନ୍ତୁ ମାଆର ସ୍ଵପ୍ନକୁ ପୁରଣ କରିବ ଜ୍ୟୋତିଶ୍ରୀ । ମାଆ ରେବତୀ ସିନା ଆର ପାରିକୁ ଚାଲି ଗଲେ ହେଲେ ସେଇ କୁଡ଼ିଆ ଘରେ ତା’ର ବୁଢୀ ଆଈ ହିଁ ସାହାରା । ଜ୍ୟୋତିଶ୍ରୀଙ୍କ ଘର ନିର୍ମାଣ ଓ ପିଲା ପାଠ ପଢା ପାଇଁ ଖବର ପ୍ରସାରଣ କରାଯାଇଥିଲା । ତେବେ ଯେତେ ବେଳେ ଖବର ପ୍ରସାରଣ ଜ୍ୟୋତିଶ୍ରୀଙ୍କୁ ସହଯୋଗ ହାତ ବଢାବା  ପାଇଁ ଜଳେଶ୍ୱରରୁ ହେଲ୍ପ ୟୁ ଫାଉଣ୍ଡେସନର ସଭାପତି ମାନସ ଧଳ ଆସି ଝିଅଙ୍କୁ ସହାୟାତର ହାତ ବଢାଇଥିଲେ । କିନ୍ତ ହେଲ୍ପ ଫର୍ ୟୁ ଫାଉଣ୍ଡେସନର ସଭାପତି ମାନସ ଧଳଙ୍କ ଯୋଗଯୋଗ ବଳରେ ମା’ବାପା ଛେଉଣ୍ଡ ଝିଅ‌ ଜ୍ୟୋତିଶ୍ରୀଙ୍କ ବାବଦରେ ଜାଣିବାକୁ ପାଇ ଆଜି ଭୁବନେଶ୍ବରରୁ ଯୁବ ବ୍ୟବସାୟୀ ସୌଭାଗ୍ୟ ମଲ୍ଲିକ ବାଲିଆପାଳ ବ୍ଳକର ନୟାବାଲି ଗ୍ରାମର ବାପା ଓ ମା ଛେଉଣ୍ଡ ଝିଅ ଜ୍ୟୋତିଶ୍ରୀଙ୍କୁ ପାଖରେ ପହଞ୍ଚି ଜ୍ୟୋତିଶ୍ରୀଙ୍କ ରହିବା ପାଇଁ ଘର ନିର୍ମାଣ ପାଇଁ ଦେଢ ଲକ୍ଷ ଟଙ୍କା ପ୍ରଦାନ କରିବା ସହ, ପାଠ ପଢିବା ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । ତେବେ ଜ୍ୟୋତିଶ୍ରୀଙ୍କୁ ଅର୍ଥ ରାଶି ପ୍ରଦାନ ବେଳେ ଉପସ୍ଥିତ ଥିଲେ ସମାଜସେବୀ ଲମ୍ବୋଧର ମାହାନା, ସାମ୍ବାଦିକ ଚନ୍ଦନ ଜେନା, ଚନ୍ଦନ ଅଣ୍ତିଆ, ଭୁବନେଶ୍ୱରରୁ ଆସିଥିବା ଦୀପୁ ବାବୁ, ତେବେ ଏଭଳି ମହାନ୍ ବ୍ୟକ୍ତିତ୍ବଙ୍କୁ ବାଲିଆପାଳ ପାରୁଳିଆ ଛକ ନିକଟରେ ସମ୍ବର୍ଦ୍ଧିତ କଲେ ଯୁବ ବ୍ୟବସାୟୀ ତଥା ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ । ଯୁବ ବ୍ୟବସାୟୀ ସୌଭାଗ୍ୟ ମଲ୍ଲିକ ଏଭଳି କାର୍ଯ୍ୟ ସମଗ୍ର ଓଡ଼ିଶାରେ ଜାରି ରଖିଛନ୍ତି । ତେବେ ଜଣେ ଅନାଥ ଝିଅଙ୍କୁ ଭୁବନେଶ୍ୱର ଅଞ୍ଚଳରୁ ଆସି ସାହାଯ୍ୟା କରିଥିବାରୁ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସୌଭାଗ୍ୟ ବାବୁଙ୍କ ପରି ଯଦି କୌଣସି ସହୃଦୟ ବ୍ୟକ୍ତି ଜ୍ୟୋତିଶ୍ରୀଙ୍କୁ ସହାୟତାର ହାତ ବଢ଼ାଇବାକୁ ଚାହିଁନ୍ତି ତେବେ ନିମ୍ନରେ ଫୋନ୍ ନମ୍ବର ଓ ଆକାଉଣ୍ଟ ନମ୍ବରରେ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ । ଏଭଳି ସହଯୋଗର ହାତ ବଢାଇଥିବାରୁ ପିପୁଲ୍ ଫର୍ ସେବା ସଦସ୍ଯ ଦୀପୁ ବାବୁ, ହେଲ୍ପ ଫର୍ ୟୁ ଫାଉଣ୍ଡେସନର ସଭାପତି ମାନସ ଧଳ ମଧ ସୌଭାଗ୍ୟ ବାବୁଙ୍କ ସହ ବାପା’ମା ଛେଉଣ୍ଡ ଝିଅ ବିଷୟରେ ଆଲୋଚନା କରି ସୌଭାଗ୍ୟ ବାବୁଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏଭଳି ସହଯୋଗ ପାଇଁ ଗ୍ରାମବାସୀମାନେ ଧନ୍ୟବାଦ ଦେଇଛନ୍ତି । /CC-07783211047308, IFSC- UCBA0000778, MOBILE- 700870256.

ରିପୋର୍ଟ : ଭୂପତି ପରିଡା