ପାୟୋନିୟର ସମ୍ପାଦକ ଡ଼. ଚନ୍ଦନ ମିତ୍ରଙ୍କ ବିୟୋଗରେ ଇଣ୍ଡିଆନ ମିଡିଆ ସେଣ୍ଟର ପକ୍ଷରୁ ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାୟୋନିୟର ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ସେ ପାୟୋନିୟର ସମ୍ପାଦକ ଭାବେ କାର୍ଯ୍ୟ କରି ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ସାମ୍ବାଦିକତାର କଳୁଷିତାକୁ ଦୂର କରିବା ପାଇଁ ଇଣ୍ଡିଆନ ମିଡିଆ ସେଣ୍ଟର ନାମକ ଏକ ସଂଗଠନ ଗଠନ କରି ତାର ବହୁଦିନ ଧରି ସଭାପତି ରହିଥିଲେ । ତାଙ୍କ ବିୟୋଗରେ ଇଣ୍ଡିଆନ ମିଡିଆ ସେଣ୍ଟରର ପୂର୍ବତନ ଗଭର୍ଣ୍ଣି ବଡ଼ି ସଦସ୍ୟ ତଥା ନବୀନର ସମ୍ପାଦକ ରବି ରଥ ଗଭୀର ଶୋକ ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ବୋଲି ଇଣ୍ଡିଆନ ମିଡିଆ ସେଣ୍ଟର, ଓଡ଼ିଶା, ପୂର୍ବତନ ସଭାପତି ରବି ରଥ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା