ପାର୍ବଣ ଋତୁରେ ଦୁର୍ଦ୍ଦିନରେ ମୂର୍ତ୍ତୀ କାରିଗର : ବିକ୍ରି କରିନପାରି ସହୁଛନ୍ତି କ୍ଷତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ତାଲାବନ୍ଦ ଏବେ ଖୋଲିଥିଲେ ମଧ୍ୟ ପାର୍ବଣ ଋତୁରେ ମୂର୍ତ୍ତୀକରିଗରମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ପ୍ରତିବର୍ଷ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଏ । ବିଶ୍ୱକର୍ମ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂଜା ଇତ୍ୟାଦି ଲଗା ଲଗି ହୋଇ ଆସିଥାଏ । କାଶତତଣ୍ଡିଫୁଲର ଶୋଭାବର୍ଦ୍ଧନ କରି ଜଣେ ଜଣେ ଦେବାଦେବୀ ଧରାବତର କରନ୍ତି । ସେହି ଅନୁଯାୟୀ କାରୀଗରମାନେ ମୂୂର୍ତ୍ତୀ ନିର୍ମାଣରେ ନିମଗ୍ନ ରହନ୍ତି । ୨ ବର୍ଷ ଧରି ଏହି କରୀଗର ମାନଙ୍କ ମୂର୍ତ୍ତୀ ବିକ୍ରି ହେଉନଥିବାରୁ ସେମାନେ ବହୁ ଦୁଃଖ କଣ୍ଟରେ ଚଳୁଛନ୍ତି । ମୂର୍ତ୍ତିନିର୍ମାଣରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିକ୍ରି ହେଉନଥିବାରୁ ସେମାନଙ୍କ ଆଥିକସ୍ଥିତିି ଦୋହଲି ଯାଇଥିବାରରୁ ବୃତ୍ତିଛାଡିବା ଅବସ୍ଥାରେର ପହଞ୍ଚିଲାଣି । ରାତି ପାହିଲେ ଗଣେଶ ଚତୁର୍ଥୀ । ପ୍ରତି ଗାଁରେ ବିଦ୍ୟାଳୟ, ଯୁବକ ସଂଘ, ସାର୍ବଜନୀନ ଏପରିକି ଘରୋଇଭାବେ ଗଣେଶପୂଜା ପ୍ରତି ବହୁଳ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ଅଦ୍ୟାବଧି ସବୁ ଶିକ୍ଷାନୁଷ୍ଠାନ ଖୋଲି ନଥିବାରୁ ଏବଂ କୋଭିଡ୍‌ର ସମସ୍ତ କଟକଣା ରହିଥିବାରୁ କାଁ ଭାଁ ଛାଡିଦେଲେ ପୂଜାର ମାହୋଲ ଫିକା ପଡିଛି । ଜଳେଶ୍ୱରରେ ଚଳିତବର୍ଷ ମୂର୍ତ୍ତକାରୀଗର ସପନ ଗିରି ପ୍ରାୟ ୨୦୦ ଗଣେଶମୂର୍ତ୍ତୀ ତିଆରି କରିଥିଲେ ମଧ୍ୟ ଖୁବ୍ କମ୍ ସଂଖ୍ୟକ ବିକ୍ରି ହୋଇଛି । ସେହିପରି ସିଦ୍ଧେଶ୍ୱର ଅଣ୍ଡିଆ, ଚନ୍ଦନ ଦାସ, ସମ୍ଭୁ ଦା, ସୁଶାନ୍ତ ସେନାପତି ପ୍ରମୁଖ ମୂତ୍ତୀ ତିଆରୀକରି ମୁଣ୍ଡରେ ହାତମାରି ବସିଛନ୍ତି । ଅଳ୍ପ ସଂଖ୍ୟକ ଗରାଖ ଆସୁଥିବାରୁ ସେମାନେ ତାଙ୍କର ପ୍ରାରିଶ୍ରମିକ ପାଉନଥିବା କ୍ଷୋଭର ସହିତ କହିଛନ୍ତି । ତେଣୁ ସେମାନଙ୍କୁ ସରକାରୀ ସହାୟତ।। େଯୋଗାଇ ଦେବାକୁୁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା