ପାରିବାରିକ କଳହକୁ ନେଇ ଲାଗିଲା ନିଆଁ…

ଛତ୍ରପୁର (ସମୃଦ୍ଧ ଓଡିଶା) ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପେଟ୍ରୋଲ ଢାଳି ସ୍ୱାମୀ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ପରିବାର କଳହରୁ ସ୍ୱାମୀ ତାର ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଏହାପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଖବର ଅନୁଯାୟୀ, ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ  ବି. ମୁକୋଡୁ ଓ ସ୍ତ୍ରୀ ବି. ଆରାମାଙ୍କ ମଧ୍ୟରେ ଝଗଡା ହେବାରୁ ସେ ତା ବାପ ଘରେ ରହୁଥିଲା । ବି. ଆରାମା ବୁଧବାର ସକାଳୁ କାମ କରିବା ପାଇଁ ଯାଉଥିବା ବେଳେ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ପେଟ୍ରୋଲ ଧରି ତାସହ ଝଗଡା କରିବା ସହ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏହା ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଘଟଣାର ଖବର ପାଇଁ ପୋଲିସ ପହଞ୍ଚି ସ୍ୱାମୀ ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି । ବି. ଆରାମାଙ୍କ ତିନୋଟି ଛୋଟ ଛୋଟ ପିଲା ରହିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା