ପାରଳାରେ ଜଗତ ଜନନୀ ମା’ଙ୍କ ବିସର୍ଜନ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆଜି ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହିରେ ଜଗତ ଜନନୀ ମା’ ଦୁର୍ଗତି ନାସିନୀ, ମା’ ଦୁର୍ଗାଙ୍କ ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଘଣ୍ଟ ଶଙ୍ଖନାଦ ପାରମ୍ପରିକ ବାଜା ଏବଂ ପଟୁଆରରେ ସହର ପରିକ୍ରମା କରାଯାଇ ମାଆଙ୍କୁ ବିସର୍ଜନ କରା ଯାଇ ଥିଲା । ଭକ୍ତ ମାନେ ମା’ଙ୍କ ବିସର୍ଜନରେ ବେଶ ମର୍ମାହତ ଥିଲେ । ସେଥିପାଇଁ ଦୁଃଖରେ ଭାଙ୍ଗିପଡୁଥିବା ଦେଖିବାକୁ ମିଳିଥିଲା କାରଣ ୫ ଦିନ ଧରି ମା’ଙ୍କ ପୂଜା ଅର୍ଚନାରେ ନିକଟରେ ରହି ଭକ୍ତମାନେ ମା’ଙ୍କ ଆଶୀର୍ବାଦ ଉପଭୋଗ କରି ଆସୁଥିଲେ । ବର୍ତ୍ତମାନ ସାରା ସହର ନିଶବ୍ଦ ହୋଇଯାଇଛି । ପୁଣି ବର୍ଷକ ପରେ ଆସିବେ ମା’ ସୃଷ୍ଟି ହେବ ସେହି ମାହୋଲ ବୋଲି ଭକ୍ତ ମାନେ ଜଣାଇଥିଲେ । ପାରଳାଖେମୁଣ୍ଡି ସହରର ବିଭିନ୍ନ ଭାଷାଣି ଭିଡ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି । ପାରଳା ପୋଲିସ ଓ ପ୍ରଶାସନ ପ୍ରସ୍ତୁତ ରହି ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ । ପ୍ରତେକ ଭାଷାଣି ମେଡରେ ପୋଲିସ ନିୟୋଜିତ ହୋଇଥିଲେ । ଧରାପୃଷ୍ଟରୁ ଦୁର୍ଗତି ନାସିନୀ ମା’ ଜଗଦମ୍ବେ ବିଦାୟ ନେଇଛନ୍ତି । ଶାରଦୀୟ ପୂଜା ମାହୋଲ ଯାହାକି ଆନନ୍ଦ ଉଲ୍ଲାସରେ ୫ ଦିନ ଧରି ସହରକୁ ଉତ୍ସବ ମୁଖର କରି ରଖିଥିଲା ତାହାର ଆଜି ସମାପନ ହୋଇଯାଇଛି । ଆଜି ଦୁଃଖଦ ପରିବେଶ ମଧ୍ୟରେ ମା’ଙ୍କୁ ବିଦାୟ ଦିଆଯାଇଛି । ମୁଖ୍ୟତଃ ନଡ଼ିଆ ତୋଟା ସାହି, ବଡ଼ବ୍ରାହ୍ମଣ ସାହି, ସେରିସାହି, ଚିତ୍ରକାର ସାହି, ବିଦ୍ୟୁତ ବିଭାଗ, ରାଜଦାଣ୍ଡ ସାହି ଆଦିରେ ବହୁ ଧୁମଧାମରେ ଦୁର୍ଗା ପୂଜା ଓ ଭାଷାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ :କୃଷ୍ଣ କୁମାର ବେହେରା