ପଦ୍ମପୁର ଲୋକ ମହୋତ୍ସବର ଦ୍ଵିତୀୟ ଦିବସ…

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଲୋକ ମହୋତ୍ସବର ଦ୍ଵିତୀୟ ଦିବସରେ “ଲୁପ୍ତ ପ୍ରାୟ ଓ ଲୁକ୍କାୟିତ ଲୋକକଳା” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡଃ ପ୍ରମୋଦ କୁମାର ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବ୍ୟଙ୍ଗ କବି ମନୋ ରଞ୍ଜନ ସାହୁ ସଭାପତିତ୍ୱ କରିଥିଲେ । ଡଃ ଦ୍ୱାରିକା ନାଥ ନାୟକ, ପ୍ରଫେସର ମୋହନ ସାହୁ, ଡଃ ସିଦ୍ଧାର୍ଥ ପଣ୍ଡା ପ୍ରସଙ୍ଗର ବିଭାଗ ଦିଗ ଉପରେ ଆଲୋଚନା କରିଥିଲେ । ଏହାପରେ ଦ୍ଵିତୀୟ ଦିବସର ସନ୍ଧ୍ୟା କାଳୀନ ଉତ୍ସବକୁ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ପୂର୍ବତନ ଅଧ୍ୟକ୍ଷ ଶିରିଶ କୁମାର ବହିଦାର ମାଁ ସମଲେଇ ଏବଂ ମାର୍ଜାର କେଶରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଡାକ୍ତର ରଜତ କୁମାର ସାହୁ, ପ୍ରଫେସର ପ୍ରଭୁଲାଲ ଦାଶ, ଅବସର ପ୍ରାପ୍ତ ବିଚାରପତି ରାମଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚସୀନ ଥିଲେ । ପ୍ରଫେସର କେଶ ରଞ୍ଜନ ପ୍ରଧାନ ଓ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ରପରିଚାଳନାରେ ଅନୁଷ୍ଠିତ ଏଇ ସଭାରେ ଆୟୋଜକ କମିଟି ସଂଯୋଜକ ଅଶୋକ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଲୋକ ମହୋତ୍ସବ ଲୁକ୍ କାୟିତ ତଥା ଅବହେଳିତ କଳାକାରଙ୍କୁ ସୁଯୋଗ ଦେଇଥାଏ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଏହା ପରେ ଅଞ୍ଜିନ କୁମାର ପ୍ରଧାନ ଓ ମୁଗ୍ଧା ଦାଶଙ୍କ ସଂଯୋଜନାରେ ଦ୍ଵିତୀୟ ଦିବସ ସାଂସ୍କୃତିକ ଉତ୍ସବ ଆରମ୍ଭ ହୋଇଥିଲା । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଳିକାମାନେ ବୃନ୍ଦାବନ ଦାଶଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶ୍ରୀବଣୀ ଦାଶ କଣ୍ଠ ସଙ୍ଗୀତ ଗାନ କରିଥିଲେ । ଭୁବନେଶ୍ୱର ନୃତୟନା କଳାକାର ମାନେ ଓଡିଶୀ ନୃତ୍ୟ ସୁର ସାଧନା, ଲୋଇସିଂହା କଳାକାର ମାନେ ସମ୍ବଲପୁରୀ ନୃତ୍ୟୁ, ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଛାତ୍ର ମାନେ ପାରମ୍ପରିକ ଲୋକବାଦ୍ୟ ପରିବେଷଣ କରି ଦର୍ଶକ ମାନଙ୍କର ମନ ମୋହି ନେଇ ଥିଲେ । ବର୍ଷା ସିଂ ଙ୍କର ବାଲୁକା କଳା ଖୁବ୍ ଆକର୍ଷଣୀୟ ହୋଇଥିଲା । ଏଥି ସହିତ ଓଡ଼ିଆ ସଙ୍ଗୀତ ଜଗତ ଚର୍ଚ୍ଚିତ ଚେହେରା ମନ୍ମଥ ମିଶ୍ର ଓ ପଂଚାନନ ନାୟକ ଦ୍ଵିତୀୟ ଦିବସ ସ୍ୱତନ୍ତ୍ର ଆକର୍ଷଣ ଥିଲେ । ଶନିବାର ସନ୍ଧ୍ୟାରେ ଡଃ ମାନ ଭଞୀନ ପ୍ରଧାନଙ୍କୁ ସାହିତ୍ୟ, ଦୁଃଶାସନ ବୁଡେକଙ୍କୁ କ୍ରୀଡ଼ା ଏବଂ ପରମାନନ୍ଦ ଶିକାଙ୍କୁ ଲୋକକାଲା କ୍ଷେତ୍ରରେ ବିଶେଷ ଅବଦାନ ଯୋଗୁଁ ସମ୍ବର୍ଦ୍ଧନା ଞାପନ କରାଯାଇଥିଲା । ଦ୍ଵିତୀୟ ଦିବସ ପଦ୍ମପୁର ଲୋକ ମହୋତ୍ସବ ଆରମ୍ଭରୁ ଏକ ମହା ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଯେଉଁ ଥିରେ ବହୁ ସଂଖ୍ୟାରେ ପଦ୍ମପୁର ଯୁବପିଢ଼ି ଯୋଗଦାନ ଦେଇଥିଲେ ।

ରିପୋର୍ଟ : ପଦ୍ମପୁରରୁ ନିରୋଜ କୁମାର ପାଣି